The Topmost

“The eyes believe themselves, the ears believe other people.”

painting

ଚିତ୍ରକଳାର ଅନନ୍ୟ ପ୍ରତିଭା

ମଧ୍ୟପ୍ରଦେଶ ଇନ୍ଦୋର ବାସିନ୍ଦା ଅନମୋଲ ମାଥୁର ନିଜ ଚିତ୍ରକଳାର ଅନନ୍ୟ ପ୍ରତିଭା ଦ୍ୱାରା ସାରା ବିଶ୍ୱରେ ପରିଚିତ ଲାଭ କରିଛନ୍ତି । ଅନମୋଲଙ୍କ କହିବା ଅନୁଯାୟୀ ଚିତ୍ରକଳା କେବଳ କାଗଜ ଓ ତୁଳୀରେ ସୀମିତ ନୁହେଁ । ସେ ଭିନ୍ନ ଭିନ୍ନ ଉପାୟରେ ନିଜ ତୁଳୀରେ ନିଆରା ଚିତ୍ର ଆଙ୍କୁଛନ୍ତି । ଏହି ନିଆରାଶୈଳୀ ତାଙ୍କୁ ବିଶ୍ୱ ରେକର୍ଡର ଅଧିକାରୀ କରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନମୋଲଙ୍କ ନାଁ ଗୋଟିଏ କି ଦୁଇଟି ନୁହେଁ ବରଂ ଚାରୋଟି ବିଶ୍ୱ ରେକର୍ଡକୁ ନିଜ ନାଁରେ କରିଛନ୍ତି । ପିଲାଟିବେଳୁ ଅନମୋଲଙ୍କୁ ପେଣ୍ଟିଂ କରିବା ବହୁତ ଭଲ ଲାଗିଥାଏ । ଧୀରେଧୀରେ ତାଙ୍କର ଏହି କ୍ରିଏଟିଭିଟି ପୁରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କଲା । ସେ ତାଙ୍କ କଳାର ଜଲୱା ବହୁ ଦେଶରେ ପ୍ରଦର୍ଶିତ କରିଛନ୍ତି । ତାଙ୍କର ପେଣ୍ଟିଂକୁ ବହୁ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମରେ ପ୍ରଶଂସା ସାଉଁଟିଛି ଏବଂ ବିଶ୍ୱ ରେକର୍ଡ କରିଛି । ସେ ତାଙ୍କର ପ୍ରଥମ ବିଶ୍ୱ ରେକର୍ଡ ଦୁନିଆର ସବୁଠୁ ବଡ଼ ଡେନିମ୍‌ ଆର୍ଟ ଜରିଆରେ କରିଥିଲେ । ସେ ୬୦୦ ଜିନ୍ସ ସାହାଯ୍ୟରେ ଐତିହାସିକ ରଜୱାଡା ଫେସ୍‌ ତିଆରି କରିଥିଲେ । ଏହାପରେ କରୋନା କାଳରେ ଡିଜିଟାଲ ପେଣ୍ଟିଂ କରି ଦ୍ୱିତୀୟ ବିଶ୍ୱ ରେକର୍ଡକୁ ନିଜ ନାଁରେ କରିଥିଲେ । ଏହାକୁ ବିଶ୍ୱର ସବୁଠୁ ବଡ଼ ଭର୍ଚୁଆଲ ଆର୍ଟ ଗ୍ୟାଲେରୀ ଭାବେ ବିବେଚିତ କରାଯାଇଥିଲା । ଅନମୋଲ ପୁଣି ଥରେ ଡିଜିଟାଲ ଆର୍ଟରେ ତୃତୀୟ ବିଶ୍ୱ ରେକର୍ଡ କରିଥିଲେ । ଏହାପରେ ତାଙ୍କ ନାମ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହୋଇଥିଲା । ବବଲ୍‌ ର୍ୟାପ୍‌ ଜରିଆରେ ବିଶ୍ୱର ସବୁଠୁ ବଡ଼ ପେଣ୍ଟି କରି ଗିନିଜ ରେକର୍ଡ ପାଇବାରେ ସଫଳ ହୋଇଥିଲେ ।

painting
painting @thetopmost-01

http://thetopmost.in/?p=1131

http://thetopmost.in/?p=1128

http://thetopmost.in/?p=1125

http://thetopmost.in/?p=1113

ଏହି ପେଣ୍ଟିଂରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ଦେବା ସହ କଳା ପ୍ରତିଟି ସାମଗ୍ରୀରେ ଉପଲବ୍ଧ ବୋଲି ଲୋକଙ୍କୁ ଜଣାଇଛନ୍ତି । ଅନମୋଲ ଛତିଶଗଡ ରାୟପୁରରେ ଜନ୍ମଗ୍ରହଣ କରିଛନ୍ତି, କିନ୍ତୁ ଗତ ୨୫ ବର୍ଷ ଧରି ସେ ଇନ୍ଦୋରରେ ରହିଆସୁଛନ୍ତି । ତେବେ ସଫଳତାର ଏହି ଶୀର୍ଷରେ ପହଞ୍ଚିବା ପାଇଁ ଅନମୋଲଙ୍କୁ ଅନେକ କଠିନ ପରିସ୍ଥିତର ସାମ୍ନା କରିଛନ୍ତି । କଳାରେ ସ୍ନାତକ ହାସଲ କରିବା ପରେ ୨୦୧୨ ମସିହା ପରଠୁ ବିଭିନ୍ନ ରାଷ୍ଟ୍ରୀୟ ଏବଂ ଅନ୍ତର୍ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କରିଥିଲେ । ବର୍ତ୍ତମାନ ସମଗ୍ର ବିଶ୍ୱରେ ସେ ତାଙ୍କ ସ୍ୱତନ୍ତ୍ର କଳା ପାଇଁ ପରିଚିତ । ଫ୍ରାନ୍ସ, ଇଟାଲୀ, ସ୍ପେନ, ଆମେରିକା, ଆର୍ଜେଣ୍ଟିନା, ମେକ୍ସିକୋ, ଜର୍ମାନୀରେ ତାଙ୍କ ପେଣ୍ଟିଂ ପ୍ରଦର୍ଶିତ ହୋଇଛି ।