ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଅରୁଣାଚଳ ପ୍ରଦେଶର ମଣ୍ଡଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ହେଲିକପ୍ଟରରେ ଦୁଇ ଜଣ ପାଇଲଟ ଥିଲେ । ସେମାନେ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ଅଭିଯାନ ଜାରି ରହିଛି । ଆଜି ସକାଳେ ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମଡିଲାରୁ ଉଡ଼ାଣ ଭରିଥିଲା। ୯ଟା ୧୫ରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କେଉଁ ସ୍ଥିତିରେ ଏଭଳି ଏକ ଘଟଣା ଘଟିଲା, ତାହା ଜଣାପଡ଼ି ନଥିବା ବେଳେ ସେନା ପକ୍ଷରୁ ନିଖୋଜ ଦୁଇ ପାଇଲଟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ