ଅତିକ-ଅସରଫ ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ଏହା ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶକୁ ଏବେ କୌଣସି ମାଫିଆ ଆଉ ଭୟଭୀତ କରିପାରିବେନି ବୋଲି ଯୋଗୀ କହିଛନ୍ତି । ଏଥିସହ ପୂର୍ବ ସରକାରଙ୍କୁ ଘେରି ଯୋଗୀ କହିଛନ୍ତି ୨୦୧୭ ମସିହା ପୂର୍ବରୁ ରାଜ୍ୟରେ ଶହ ଶହ ମାଫିଆ ରହୁଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ଏମାନଙ୍କ ମୁଳପୋଛ ହୋଇଛି । ରାଜ୍ୟରେ ଅରାଜକତା ନୁହେଁ ଆଇନରାଜ ଚାଲୁଛି । ଉତ୍ତରପ୍ରଦେଶ ବିକାଶର ମାହୋଲ ରହିଛି । ଆଜିର ଦିନରେ କୌଣସି ବ୍ୟବସାୟୀଙ୍କୁ କେହି ମାଫିଆ ଡରେଇପାରିବେ ନାହିଁ । ଯେଉଁମାନେ ୟୁପୀ ଭାବମୂର୍ତ୍ତିକୁ ଖରାପ କରୁଥିଲେ ସେମାନେ ଆଜି ସଙ୍କଟରେ ରହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ