The Topmost

“The eyes believe themselves, the ears believe other people.”

ଚାଲିଛି ୪ ରାଜ୍ୟର ଭୋଟ ଗଣତି

ଆରମ୍ଭ ହୋଇ ସାରିଛି ୪ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିାଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି । ପ୍ରାଥମିକ ପର୍ଯ୍ୟାୟରେ ୩ ରାଜ୍ୟରେ କଂଗ୍ରେସ ଆଗରେ ରହିଥିବା ବେଳେ ଗୋଟିଏ ରାଜ୍ୟରେ ବିଜେପି ଆଗରେ ରହିଛି । ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ କଂଗ୍ରେସ ଆଗରେ ରହିଛି । ଛତିଶଗଡ଼ରେ କଂଗ୍ରେସ ୨୧ ଆସନରେ ଆଗରେ ଥିବା ବେଳେ ବିଜେପି ୧୫ ଆସନରେ ଆଗରେ ଚାଲିଛି । ମଧ୍ୟପ୍ରଦେଶରେ ୬୩ ଆସନରେ କଂଗ୍ରେସ ଆଗରେ ଥିବା ବେଳେ ୫୩ ଆସନରେ ବିଜେପି ଆଗରେ ରହିଛି । ସେହିପରି ତେଲେଙ୍ଗାନାରେ କଂଗ୍ରେସ ୨୧ ଆସନରେ ଆଗରେ ଚାଲିଥିବା ବେଳେ, ବିଆରଏସ୍ ୧୧ ଆସନରେ ଆଗରେ ଚାଲିଛି । ଏଠି ବିଜେପି ୪ ଆସନରେ ଆଗରେ ଚାଲିଛି । ରାଜସ୍ଥାନରେ ବିଜେପି କଂଗ୍ରେସକୁ ପଛରେ ପକାଇ ଆଗରେ ରହିଛି । ବିଜେପି ୯୩ ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ୮୮ ଆସନରେ ଆଗରେ ଚାଲିଛି ।