ଗୁଣ୍ଡିଚା ମନ୍ଦିରରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳା ଖେଳା । ଆଉ ମାତ୍ର ଗୋଟିଏ ଦିନ ପରେ ବାହୁଡା ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡି ଆସିବେ ତିନି ରଥ । ସେଥିପାଇଁ ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଲୋକାରଣ୍ୟ ହୋଇ ପଡ଼ିଛି । ମଙ୍ଗଳ ଆଳତୀ ଶେଷ ହେବା ପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଆସନ୍ତା ଶନିବାର ବାହୁଡା ଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତକାଲି ତିନି ରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାରରେ ଲଗାଯାଇଛି । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ ବୁଧବାର ଦିନ ଆଡ଼ପମଣ୍ଡପରୁ ଶ୍ରୀଜିଉଙ୍କ ରଥ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନେଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା