The Topmost

“The eyes believe themselves, the ears believe other people.”

ଚଳିତ ବର୍ଷ ଆଗୁଆ ଖରାଛୁଟି ଘୋଷଣା

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସ୍କୁଲରେ ଖରାଛୁଟି । ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମେ’ ୫ରୁ ଜୁନ୍ ୧୭ ଯାଏଁ ଖରା ଛୁଟି ଘୋଷଣା କରାଯାଇଥିଲା । ହେଲେ ହିଟଓ୍ୱେଭ୍‌ ପାଇଁ ନିର୍ଦ୍ଧାରିତ ତାରିଖର ୧୫ ଦିନ ପୂର୍ବରୁ ଖରାଛୁଟି କରାଯାଇଛି । ଗତ ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହୋଇଥିଲା । ହେଲେ ସେହି ଦିନର ଅସମ୍ଭାଳ ତାତି ଯୋଗୁଁ ଏପ୍ରିଲ ୧୬ଯାଏ ସ୍କୁଲ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଦୁଇ ଦିନ ସ୍କୁଲ ଚାଲିବା ପରେ ୧୯ ଓ ୨୦ ତାରଖରେ ସ୍କୁଲ ବନ୍ଦ ରଖାଗଲା । ହେଲେ ତାତିରୁ ନିସ୍ତାର ନମିଳିବାରୁ ଆଜିଠୁ ଖରା ଛୁଟି ଘୋଷଣା କରାଯାଇଛି ।