ଆମେରିକାରେ ରହୁଥିବା କାର୍ଲି ରୁହନେକଙ୍କୁ ନେଇ ସୋସିଆଲ ମିଡିଆରେ ଆଜିକାଲି ଜୋରଦାର ଚର୍ଚ୍ଚା । କାରଣ ଜାଣିଲେ ଆପଣ ବି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ୨୫ ବର୍ଷୀୟା କାର୍ଲିଙ୍କ ଉଚ୍ଚତା ମାତ୍ର ୩ ଫୁଟ । ତେବେ ଆପଣ ଭାବୁଥିବେ ତାଙ୍କ ଉଚ୍ଚତାକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି, କିନ୍ତୁ କାରଣ ରହିଛି ଭିନ୍ନ । ଆଜିକାଲି ସେ ନିଜ ପାଇଁ ଜୀବନସାଥୀଟିଏ ଖୋଜୁଛନ୍ତି । ଉଚ୍ଚତା କମ୍ ହୋଇଥିବାରୁ ତାଙ୍କୁ କେହି ବୟଫ୍ରେଣ୍ଡ୍ ମିଳୁନାହାନ୍ତି । ଯେଉଁଥିପାଇଁ ସେ ଚିନ୍ତାରେ ରହୁଛନ୍ତି । ଆମେରିକାରେ କାର୍ଲି ଜଣେ ପ୍ରତିଷ୍ଠିତ କ୍ୟାଟ୍ୱାକ୍ ମଡେଲ । ସେ ମଡେଲିଂକୁ ନିଜ କ୍ୟାରିଅର କରିସାରିଛନ୍ତି । ଏକ ସାକ୍ଷାତକାରରେ କାର୍ଲି କହିଛନ୍ତି, ତାଙ୍କ କ୍ୟାରିଅର ଭଲ ଚାଲିଛି କିନ୍ତୁ କମ୍ ଉଚ୍ଚତା ଯୋଗୁଁ ତାଙ୍କୁ କେହି ପସନ୍ଦ କରୁନାହାନ୍ତି । ତେଣୁ ସେ ଏବେ ଜୀବନସାଥୀ ଖୋଜିବାରେ ଲାଗିଛନ୍ତି । ସୂଚନା ଅନୁଯାୟୀ କାର୍ଲି ମୋର୍କିଓ ସିଣ୍ଡ୍ରୋମ ରୋଗରେ ପୀଡ଼ିତ । ଏହି ରୋଗରେ ଲୋକଙ୍କ ଉଚ୍ଚତା ବଢେ ନାହିଁ । ତେବେ କାର୍ଲି ନିଜ ଉଚ୍ଚତା ବଢାଇବା ପାଇଁ ୩୦ ଥର ଅସ୍ତ୍ରୋପଚାର ମଧ୍ୟ କରିସାରିଛନ୍ତି । ଏହା ସତ୍ତେ୍ୱ ମଧ୍ୟ ତାଙ୍କ ଉଚ୍ଚତା ବଢ଼ିନାହିଁ । କାର୍ଲିଙ୍କ କହିବା ଅନୁଯାୟୀ ସାଧାରଣ ଲୋକଙ୍କ ପରି ସେ ବିବାହ କରି ସଂସାର କରିବାକୁ ଚାହୁଁଛନ୍ତି । କିନ୍ତୁ ଉଚ୍ଚତା କମ ଯୋଗୁଁ ତାଙ୍କ ଭାବନାକୁ ଥଟ୍ଟା ପରିହାସ କରୁଛନ୍ତି ।
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..