ଶବାନାଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଅଭିନେତା ଧର୍ମେନ୍ଦ୍ର । ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ରକି ଔର ରାନୀ କି ପ୍ରେମ୍ କାହାନୀରେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୧୬ବର୍ଷ ପରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ଏକ ସାକ୍ଷାତକାରରେ ଧର୍ମେନ୍ଦ୍ର କହିଛନ୍ତି, “ମୁଁ ଶୁଣୁଛି ଯେ ଶବାନା ଏବଂ ମୋର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଲୋକେ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି । ମୁଁ ଭାବୁଛି ଲୋକମାନେ ଏଭଳି କିଛି ଦୃଶ୍ୟ ଆଶା କରୁନଥିବା ବେଳେ ସେମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇଛି । ଯେତେବେଳେ କରଣ ମୋତେ ଏହି ଦୃଶ୍ୟ ବିଷୟରେ କହିଥିଲେ ସେତେବେଳେ ମୁଁ ଜମା ବି ଆଶ୍ଚର୍ଯ୍ୟ ହୋଇନଥିଲି । କାରଣ ଫିଲ୍ମର କାହାଣୀ ପାଇଁ ଏହା ଜରୁରୀ ଥିଲା । ଏହାକୁ ଜୋର ଜବରଦସ୍ତ ରଖାଯାଇନଥିଲା । ସେଥିପାଇଁ କାହାଣୀର ଗୁରୁତ୍ବକୁ ଦେଖି ମୁଁ ଏହି ଦୃଶ୍ୟ କରିବାକୁ ରାଜି ହୋଇଥିଲି । ସେ ଆହୁପି ମଧ୍ୟ କହିଛନ୍ତି ଯେ, ମୁଁ ବିଶ୍ୱାସ କରେ ରୋମାନ୍ସ ପାଇଁ କୌଣସି ବୟସ ନଥାଏ । ବୟସ କେବଳ ଏକ ସଂଖ୍ୟା ଏବଂ ବୟସ ନିର୍ବିଶେଷରେ ଦୁଇଜଣ ବ୍ୟକ୍ତି ଚୁମ୍ବନ ଦେଇ ପରସ୍ପର ପ୍ରତି ଥିବା ସେମାନଙ୍କର ଭଲପାଇବା ଦେଖାଇପାରିବେ।
“The eyes believe themselves, the ears believe other people.”
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍