The Topmost

“The eyes believe themselves, the ears believe other people.”

ଚରମସୀମାରେ ଦିଲ୍ଲୀ କଳି

ଦିଲ୍ଲୀ ସରକାର ଓ ଦିଲ୍ଲୀ ଉପ ରାଜ୍ୟପାଳଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ ଚରମସୀମାରେ ପହଞ୍ଚିଛି । ଦିଲ୍ଲୀ ଉପ ରାଜ୍ୟପାଳ ଦିଲ୍ଲୀ ସରକାରଙ୍କ କାମରେ ବାରମ୍ବାର ହସ୍ତକ୍ଷେପ କରୁଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଆସୁଛି । ସେ ଶିକ୍ଷକଙ୍କୁ ବଦେଶ ଟ୍ରେନିଂ ପାଇଁ ପଠାଇବା ମାମଲାରୁ ଦିଲ୍ଲୀ ମେୟର ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଛନ୍ତି । ଏହାରି ମଧ୍ୟରେ ଏବେ କେଜ୍ରିୱାଲ ସରକାରଙ୍କ ତରଫରୁ ଅଧିକାରୀମାନଙ୍କୁ ସିଧା ସଳଖ ଉପ ରାଜ୍ୟପାଳଙ୍କ ଆଦେଶ ଗ୍ରହଣ ନକରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଦିଲ୍ଲୀ ସରକାରଙ୍କ ସମସ୍ତ ମନ୍ତ୍ରୀ ସେମାନଙ୍କ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।