ଚମକିବେ ମହିଳା: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

() ଏଣିକି ଆହୁରି ଚମକିବେ ମହିଳା । କ୍ରୀଡ଼ାରେ ମହିଳାଙ୍କ ପ୍ରଦର୍ଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ନଅଟି ବିଭାଗରେ ମହିଳାମାନଙ୍କ ପାଇଁ ବୟସ-ଗ୍ରୁପ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ କ୍ରୀଡା ମନ୍ତ୍ରଣାଳୟ ଅନୁମୋଦନ କରିଛି । ଯେଉଁଥିରେ କି ହକି, ତୀରନ୍ଦାଜୀ, ଭାରୋତ୍ତୋଳନ, ସାଇକେଲ ଚଲାଇବା, ବକ୍ସିଂ, ସନ୍ତରଣ, କୁସ୍ତି, ଭଲିବଲ୍ ଏବଂ ଜୁଡୋ ସାମିଲ ରହିଛି । ଅଲିମ୍ପିକ୍ସ ସମେତ ବିଶ୍ଵ କ୍ରୀଡ଼ା ମଞ୍ଚରେ ଭାରତର ମହିଳା ଆଥଲେଟସଙ୍କ ସଫଳତାରେ ପ୍ରଭାବିତ ହୋଇ କେନ୍ଦ୍ର ସରକାର ମହିଳା କ୍ରୀଡ଼ାରେ ଅଧିକ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ପ୍ରତିଭା ଚିହ୍ନଟ କରିବା ପାଇଁ ଆସନ୍ତା ଚାରି ବର୍ଷ ପାଇଁ ଖେଲୋ ଇଣ୍ଡିଆ ମହିଳା ଲିଗ୍ ଚଳାଇବାକୁ କ୍ରୀଡା ମନ୍ତ୍ରଣାଳୟ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ରଖିଛି । ଏହି ପାଣ୍ଠିରେ ୨୩୪.୨୩ କୋଟି ଟଙ୍କା ନଗଦ ପୁରସ୍କାର ଅନ୍ତର୍ଭୂକ୍ତ ହେବ, ଯାହା ଲିଗ୍ ପରିଚାଳନା ପାଇଁ ସମ୍ପୃକ୍ତ ଜାତୀୟ କ୍ରୀଡ଼ା ଫେଡେରେସନକୁ ସିଧାସଳଖ ମୁକ୍ତ କରାଯିବ। ସମଗ୍ର ଭାରତରୁ ୨୩,୦୦୦ ରୁ ଅଧିକ ମହିଳା ଆଥଲେଟ୍ ପ୍ରତିଯୋଗିତା ପାଇଁ ସ୍ଥିର ହୋଇଛନ୍ତି।

https://thetopmost.in/the-report-on-worlds-biggest-dangerous-forest-fire/

https://thetopmost.in/%e0%ac%ac%e0%ac%bf%e0%ac%a6%e0%ad%87%e0%ac%b6-%e0%ac%ae%e0%ac%be%e0%ac%9f%e0%ac%bf%e0%ac%b0%e0%ad%87-%e0%ac%a6%e0%ad%87%e0%ac%b6%e0%ad%80-%e0%ac%a0%e0%ad%81%e0%ac%ae%e0%ac%95%e0%ac%be-%e0%ac%b2/

https://thetopmost.in/a-phd-scholar-arrest-after-written-an-article-about-the-kashmir-wala/

SHARE BY