ଚନ୍ଦ୍ରରେ ଅତି ନିକଟରେ ଦେଖାଯିବ ଶୁକ୍ର ଓ ମଙ୍ଗଳ । ଜୁନ ୨୨ରେ ଏହା ଦୃଶ୍ୟମାନ ହେବ । ପଶ୍ଚିମ ଆକାଶରେ ଶୁକ୍ର ଉଜ୍ଜ୍ୱଳ ଓ ମଙ୍ଗଳ ଗ୍ରହ ଫିକା ଲାଲ ଦେଖାଯିବ । ସେମାନଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୨ରୁ ୪ ଡ଼ିଗ୍ରୀ ରହିବ । ୨୩ ତାରିଖରେ ଚନ୍ଦ୍ର ସହ ସେମାନଙ୍କ କୌଣିକ ଦୂରତା ବଢ଼ିଯାଇ ୧୫ରୁ ୧୭ ଡ଼ିଗ୍ରୀ ହେବ । ଜୁନ ମାସ ଶେଷ ସପ୍ତାହରୁ ଜୁଲାଇ ମାସ ୩୦ ତାରିଖ ଯାଏଁ ସବୁଦିନ ସନ୍ଧ୍ୟା ୭ଟାରୁ ୮ ଟା ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଖାଲି ଆଖିରେ ଦେଖିହେବ । ସେହି ସମୟରେ ୨ରୁ ୪ ଡ଼ିଗ୍ରୀ ଉପରେ ଫିକା ଲାଲ ରଙ୍ଗର ମଙ୍ଗଳ ଗ୍ରହ ମଧ୍ୟ ଖାଲି ଆଖିରେ ଦେଖାଯିବ । ଆକାଶ ମେଘମୁକ୍ତ ରହିଲେ ପଶ୍ଚିମ ଆକାଶରେ ଏହାକୁ ଖାଲି ଆଖିରେ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଦେଖି ହେବ । ଏଥିସହ ଜୁନ୍ ମାସ ଶେଷ ସପ୍ତାହରୁ ଜୁଲାଇ ମାସ ୩୦ ତାରିଖ ଯାଏଁ ସବୁଦିନ ସଂଧ୍ୟା ୭ଟାରୁ ରାତି ୮ଟା ପ୍ରାୟ ଏକ ଘଣ୍ଟା ଧରି ଶୁକ୍ର ଓ ମଙ୍ଗଳ ଗ୍ରହକୁ ମଧ୍ୟ ଖାଲି ଆଖିରେ ପଶ୍ଚିମ ଆକାଶରେ ଦେଖି ଦେବ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ