The Topmost

“The eyes believe themselves, the ears believe other people.”

ଚନ୍ଦ୍ରପୃଷ୍ଠରେ ନିୟମିତ ଘଟିଚାଲିଛି କମ୍ପନ

ଚନ୍ଦ୍ରପୃଷ୍ଠ ନିସ୍ତବ୍ଧ ନୁହେଁ । ସେଠାରେ ନିୟମିତ ଘଟିଚାଲିଛି କମ୍ପନ । ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିଛି ଦିନ ତଳେ ପ୍ରାକୃତିକ ସେସିମିକ କମ୍ପନ ସମ୍ପର୍କରେ ସୂଚନା ଦେଇଥିଲା । ମାତ୍ର ଗବେଷକ ବର୍ତ୍ତମାନ କହିଛନ୍ତି ଚନ୍ଦ୍ରପୃଷ୍ଠ ନୀରବ ନୁହେଁ । ସେଠାରେ ତାପଜ ଚନ୍ଦ୍ରକମ୍ପନ ବା ଥର୍ମାଲ ମୁନକ୍ବାକ୍‌ ଘଟିଚାଲିଛି । ଚନ୍ଦ୍ରପୃଷ୍ଠରେ ତାପମାତ୍ରାରେ ବ୍ୟାପକ ଅସମାନତା କାରଣରୁ ଏହା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଆମେରିକାର ଗବେଷକ ଫ୍ରାନସେସ୍କୋ ସିଭିଲିନ ନେତୃତ୍ବାଧୀନ ଟିମ । ଜର୍ଣ୍ଣାଲ ଅଫ ଜିଓଫିଜିକାଲ ରିସର୍ଚ୍ଚରେ ପ୍ରକାଶିତ ତଥ୍ୟ ଅନୁସାରେ ଚନ୍ଦ୍ରରେ ଜଳବାୟୁ ନାହିଁ । ଫଳରେ ଏହାର ତାପମାତ୍ରା ନିୟନ୍ତ୍ରିତ ହୋଇପାରୁନାହିଁ । ଦିନରେ ଏହାର ତାପମାତ୍ରା ୧୨୦ ଡିଗ୍ରୀ ସେଲସିୟସ ହେଉଥିବାବେଳେ ରାତିରେ ମାଇନସ ୧୩୦ ଡିଗ୍ରୀ ସେଲସିୟସ ହୋଇଯାଉଛି । ଏହି ବ୍ୟାପକ ଅସମାନତା କାରଣରୁ ଚନ୍ଦ୍ରପୃଷ୍ଠ ସଙ୍କୁଚିତ ଓ ସମ୍ପ୍ରସାରିତ ହେଉଛି । ଫଳରେ ଥର୍ମାଲ ମୁନକ୍ବାକ୍‌ ଘଟୁଛି ।