ଚନ୍ଦ୍ର ଅଭିଯାନ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣ ସଂସ୍ଥା-ଇସ୍ରୋକୁ ପ୍ରଶଂସାର ସୁଅ ଛୁଟୁଛି । ଇସ୍ରୋ ମଧ୍ୟ ଚନ୍ଦ୍ରଯାନ-୩ର ଟିକିନିକି ତଥ୍ୟ ପ୍ରଦାନ କରୁଛି । ଏହା ଭିତରେ ଏକ ନୂଆ ଭିଡିଓ ଜାରି କରିଛି ଇସ୍ରୋ । ଏହି ଭିଡିଓଟି ଅବତରଣର ଠିକ୍ ପୂର୍ବରୁ ଲ୍ୟାଣ୍ଡର କ୍ୟାମେରାରୁ ଉତ୍ତୋଳନ କରାଯାଇଥିବା ଭିଡିଓ । ଏହି ଭିଡିଓରେ ଚନ୍ଦ୍ରପୃଷ୍ଠ କିପରି ଦେଖିବାକୁ ତାହା ଜଣାପଡୁଛି । ଅତି ନିକଟରୁ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଲ୍ୟାଣ୍ଡରର କିଛି ଅଂଶ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ଗତକାଲି କିଛି ଫଟୋ ଜାରି କରିଥିଲା ଇସ୍ରୋ, ଆଜି ଭିଡିଓ ଜାରି କରିଛି । ଏହାସହ ଟ୍ୱିଟ୍ କରି ଇସ୍ରୋ କହିଛି, ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସବୁ କିଛି କାର୍ଯ୍ୟ ସଂପାଦିତ ହେଉଛି । ଲ୍ୟାଣ୍ଡର ମଡ୍ୟୁଲର ତିନିଟି ପେ-ଲୋଡକୁ ଆଜି ଅନ୍ କରାଯାଇଛି । ରୋଭର ଚନ୍ଦ୍ରପୃଷ୍ଠରେ ବୁଲିବା ସହ ତା’ର କାର୍ଯ୍ୟ ଆରମ୍ଭ କରିଛି ।
“The eyes believe themselves, the ears believe other people.”
More Stories
୪୩ ବର୍ଷରେ ୫୩ ଥର ବିବାହ
ମାଂସ ଖାଉଥିବା ପୁରୁଷଙ୍କ ଉପରେ ଲଗାନ୍ତୁ ସେକ୍ସ୍ ଷ୍ଟ୍ରାଇକ୍ !
ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି କି