February 12, 2026
Tahia seba of lord jagannatha

ଚତୁର୍ଦ୍ଧା ମୂର୍ତ୍ତିଙ୍କ ମସ୍ତକରେ ଶୋଭାପାଏ ଟାହିଆ

ପବିତ୍ର ଘୋଷଯାତ୍ରାର ପହଣ୍ଡି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ମସ୍ତକରେ ଧାରଣ କରିଥିବା ଟାହିଆର ଗଠନରେ ଉନ୍ନତ କଳାର ପରିଚୟ ମିଳିଥାଏ। ଏହି ଟାହିଆ ଭୂଷଣରେ ମହାପ୍ରଭୁ କୋଟି କୋଟି ଭାବପ୍ରବଣ ହୃଦୟକୁ ଆଲୋକିତ କରିଥାନ୍ତି। ମହାପ୍ରଭୁ ଢଳି ଢଳି ଚାଲିଲା ବେଳେ ଏ ଟାହିଆ ସତେ ଯେପରି ତାଙ୍କ ସହିତ ଝୁଲି ଝୁଲି ତାଳ ଦେଉଥାଏ । ଟାହିଆ ହେଉଛି ବାଉଁଶ ପାତର ଏକ ଛାଞ୍ଚ। ଏଥିରେ ନାନାପ୍ରକାରର ଫୁଲ, ତୁଳସୀ, ଦୂବ, ବରକୋଳି ପତ୍ର, ସୋଲ ନିର୍ମିତ ଶ୍ଵେତ କଦମ୍ବ ଓ ବିଭିନ୍ନ ପ୍ରକାରର ଜରି ଜମ୍ବୁରା ଖଞ୍ଜା ଯାଇଥାଏ। ଏହି ସୁନ୍ଦର ଟାହିଆକୁ ପ୍ରସ୍ତୁତି କରିବାପାଇଁ ପୁରୀ ରାଘବ ଦାସ ମଠ ଦାୟିତ୍ଵ ନେଇଥାନ୍ତି। ଏହା ସେହି ମଠର ପରମ୍ପରା। ମହାପ୍ରଭୁଙ୍କ ପହଣ୍ଡି କାଳୀନ ରୂପକୁ ତ୍ରୈଲୋକ୍ୟ ସୁଖ ଦାୟକ ବୋଲି ବିବେଚନା ହୁଏ। ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ଦୋଳାୟମାନ ଟାହିଆ ଯେଉଁ ମହାନ ସତ୍ୟ ଘୋଷଣା କରେ ତାହା ହେଉଛି – ବ୍ରହ୍ମସତ୍ୟ ଓ ଜଗତ ମିଥ୍ୟା।।https://thetopmost.in/raja-mandhata-and-sree-krishna/

SHARE BY