ଚଣ୍ଡିଗଡ଼ ମେୟର ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଝଟକା । ୩୬ଟି ଭୋଟରୁ ଇଣ୍ଡିଆ ମେଣ୍ଟକୁ ୨୦ ଏବଂ ବିଜେପିକୁ ୧୬ ଭୋଟ ମିଳିଥିଲା । ମାତ୍ର ୮ଟି ଭୋଟ ନାକଚ ଘୋଷଣା ହେବା ପରେ ବିଜେପି ବିଜୟୀ ହୋଇଛି । ତେବେ ଆପ ପକ୍ଷରୁ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ସୂଚନା ଦିଆଯାଇଛି । ତେବେ, ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ ଏବଂ କଂଗ୍ରେସ ମିଳିତଭାବେ କୁଳଦୀପ ସିଂଙ୍କୁ ଟିକେଟ ଦେଇଥିଲେ । ବିଜେପି ମନୋଜ କୁମାର ସୋନକରଙ୍କୁ ପ୍ରାର୍ଥୀ କରିଥିଲା । ତେବେ ମେଣ୍ଟ ୨୦ଟି ଭୋଟ ପାଇଥିଲା । ମାତ୍ର ୮ ନାଚକ ଘୋଷଣା କରାଯିବା ପରେ ବିଜେପି ପ୍ରାର୍ଥୀ ମନୋଜ କୁମାର ସୋନକର ବିଜୟୀ ହୋଇଛନ୍ତି । ଆସନ୍ତା ନିର୍ବାଚନ ପୂର୍ବରୁ ଏହା ସେମିଫାଇନାଲ ସଦୃଶ ରହିଥିବାବେଳେ ଇଣ୍ଡିଆ ମେଣ୍ଟକୁ ଝଟକା ଲାଗିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ