ପୃଥିବୀରେ ଅନେକ ବିରଳ ଜୀବଜନ୍ତୁ ରହିଛନ୍ତି, ପ୍ରତିଦିନ ଏହି ତାଲିକାରେ ନୂଆ ମଧ୍ୟ ଯୋଡି ହେଉଛନ୍ତି । ସେହିଭଳି ଏକ ବିରଳ ବେଙ୍ଗ ଆମାଜନରେ ବୈଜ୍ଞାନିକଙ୍କୁ ମିଳିଛି । ଯାହାର ଅଜବ ବୋବାଇବା ଶବ୍ଦ କାରଣରୁ ଏହାକୁ ପାଇବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି । ତେବେ ଏହାର ଶାରିରୀକ ଗଠନ ବେଶ୍ ଭିନ୍ନ ରହିଛି । ବେଙ୍ଗଟିର ଟାପିର୍ (ଘୁଷୁରି ସଦୃଷ ପ୍ରାଣୀ ) ଭଳି ନାକ ଥିବା ବେଳେ ଏହାର ଲମ୍ବ ମାତ୍ର ୬ ସେମି । ଏହାର ରଙ୍ଗ ଡାର୍କ ବ୍ରାଉନ୍ ଯାହା ଚକୋଲେଟ୍ ରଙ୍ଗର ଭ୍ରମ ସୃଷ୍ଟି କରୁଛି । ଏହି ନୂଆ ପ୍ରଜାତିର ନାଁ ସାୟନାପଟୁରନସ୍ ଦାନ୍ତା ରଖାଯାଇଛି । ପେରୁର କିଛି ସ୍ଥାନୀୟ ବାସିନ୍ଦାଙ୍କୁ ଏହି ଅଜବ ବେଙ୍ଗ ବିଷୟରେ ଜଣାଥିଲା । କାରଣ ଏହି ବେଙ୍ଗଟି ଅଜବ ଶବ୍ଦ କରୁଥିବାରୁ ସେମାନେ ଏହା ବିଷୟରେ ଜାଣିବାରେ ସକ୍ଷମ ହୋଇପାରିଛନ୍ତି । ଲୋକାଲ ଗାଇଡ୍ଙ୍କ ସହାୟତାରେ ବୈଜ୍ଞାନିକମାନେ ଏହି ବେଙ୍ଗ ବିଷୟରେ ଜାଣିପାରିଥିଲେ । ରାତିରେ ଅନେକ ଖୋଜିବା ପରେ ସେମାନଙ୍କୁ ଏହାକୁ ଖୋଜି ପାଇଥିଲେ । ତିନି ଦିନ ଧରି ରାତିରେ ଖୋଜିବା ପରେ ବୈଜ୍ଞାନିକ ମାନେ ଏହି ବେଙ୍ଗକୁ ଖୋଜି ପାଇଥିଲେ । ବୈଜ୍ଞାନିକଙ୍କୁ ପ୍ରାୟ ୨୦ ମିନିଟ୍ ଧରି ହାତରେ ଖୋଳିବାକୁ ପଡିଥିଲା । ଏହି ବେଙ୍ଗର ମିଳିବା ଏକ ସ୍ୱାସ୍ଥ୍ୟକର ଇକୋସିଷ୍ଟମର ସଙ୍କେତ ବୋଲି ସେମାନେ ମତ ଦେଇଛନ୍ତି । ଏହା ଆମାଜନରେ ଲୁଚି ରହିଥିବା ଜୀବଜଗତର ଏକ ଉଦାହରଣ ବୋଲି ବୈଜ୍ଞାନିକ କହିଛନ୍ତି । ଆଗକୁ ଏହି ବେଙ୍ଗ ସାହାଯ୍ୟରେ ଆମାଜନରେ ଥିବା ଜୀବଜଗତ ସମ୍ବନ୍ଧରେ ଅନେକ ତଥ୍ୟ ଜଣାପଡିବା ନେଇ ଆଶା ପ୍ରକାଶ ପାଇଛି ।
“The eyes believe themselves, the ears believe other people.”
More Stories
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ
ପ୍ରତ୍ୟେହ ପିଅନ୍ତୁ ଚେରି ଜୁସ୍, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ