କୋକୋର ସନ୍ତାନ ଚକୋଲେଟ୍
ବିଭିନ୍ନ ଆକାରର ଓ ବିଭିନ୍ନ ରଙ୍ଗର ସ୍ୱାଦିଷ୍ଟ ଚକୋଲେଟ୍ର ଇତିହାସ ଖୁବ ପୁରୁଣା । କିମ୍ବଦନ୍ତୀ ଅନୁଯାୟୀ ଏହାର ଇତିହାସ ୨ ହଜାରରୁ ନେଇ ୪ ହଜାର ବର୍ଷ ପୁରୁଣା କିମ୍ବା ତାଠାରୁ ବି ଅଧିକ ପୁରୁଣା ବୋଲି କୁହାଯାଉଛି । ପ୍ରାଚୀନ ଆମେରିକାରେ ଏହାକୁ ‘ଦେବତାଙ୍କ ଭୋଜନ’ କୁହାଯାଏ ବୋଲି ଲୋକକଥା ରହିଛି । ବର୍ତ୍ତମାନ ସମୟରେ ନିଜର ମିଠା ସ୍ୱାଦ ପାଇଁ ପ୍ରସିଦ୍ଧ ଚକୋଲେଟ୍ ପ୍ରାରମ୍ଭରୁ କିନ୍ତୁ ମିଠା ନଥିଲା, ଏହା ରାଗଯୁକ୍ତ ଥିଲା । ଏହାକୁ ପ୍ରସ୍ତୁତ କରିବା ପାଇଁ କୋକୋର ମଞ୍ଜିକୁ ଗୁଣ୍ଡ କରାଯାଉଥିଲା । ଏହାପରେ ଏଥିରେ ପାଣି, ଭାନିଲା, ମହୁ, ଲଙ୍କା ଏବଂ ଅନ୍ୟ ମସାଲ ମିଶାଇ ଏକ ପାନୀୟ ପ୍ରସ୍ତୁତ କରାଯାଉଥିଲା । ସେହି ସମୟରେ ଏହାକୁ ରାଜକୀୟ ପାନୀୟ ଭାବେ ବିଚାର କରାଯାଉଥିଲା । ହେଲେ ଚକୋଲେଟ୍କୁ ମିଠା ସ୍ୱାଦ ୟୁରୋପରୁ ମିଳିଲା ।
ଚକୋଲେଟ୍ର ନିର୍ମାଣ କୋକୋ ନାମକ ବୃକ୍ଷର ଫଳରୁ ହୋଇଥାଏ । ଏହାର ଜନ୍ମସ୍ଥାନ ହେଉଛି ମଧ୍ୟ-ମେକ୍ସିକୋ ଏବଂ ସେଠାରେ ହିଁ ହିସ୍ପାନୀ ଅନୁସନ୍ଧାନକାରୀ-ଉପନିବେଷବାଦୀମାନଙ୍କ ସାକ୍ଷାତକାର କୋକୋ ସହ ହୋଇଥିଲା । ସେହି ସମାଜର ବୃତ୍ତାନ୍ତରୁ ଜଣାପଡ଼େ ଯେ ଏଜଟେକ୍ ସମ୍ରାଟ ମୋନ୍ତେଜୁମା ଚକୋଲେଟ୍ରୁ ପ୍ରସ୍ତୁତ ଲୁଣିଆ ପାନୀୟକୁ ସୁନାର ପାତ୍ରରେ ପିଉଥିଲେ । ଏହାର ସ୍ୱାଦ ୟୁରୋପୀୟ ବ୍ୟବସାୟୀଙ୍କୁ ଖୁବ ପ୍ରଭାବିତ କରିଥିଲା । ଆଳୁ, ଲଙ୍କା, ତମ୍ବାକୁ, ପିଜୁଳି, ମକା ଆଦି ଅନ୍ୟ ସାମଗ୍ରୀ ସହ କୋକୋର ସନ୍ତାନ ଚକୋଲେଟ୍କୁ ମଧ୍ୟ ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଆଣିବାରେ ୟୁରୋପୀୟ ବ୍ୟବସାୟୀଙ୍କର ହାତ ରହିଛି । ସେତେବେଳେ ଯେଉଁ ଯେଉଁ ସ୍ଥାନରେ ସେମାନଙ୍କର ଉପନିବେଶ ଥିଲା, ଚକୋଲେଟ୍ ଏବଂ କୋକୋ ନିଜ ପ୍ରଭାବ ବିସ୍ତାର କରିବାରେ ଲାଗିଲା । ଆରମ୍ଭରେ ପ୍ରାୟ ସବୁ ସ୍ଥାନରେ ଏହାର ପ୍ରୟୋଗ କୋକୋର ପାନୀୟ ରୂପେ ହେଉଥିଲା । କୋକୋର କଡ଼ାପଣକୁ କମ୍ କରିବା ପାଇଁ କ୍ଷୀର ଓ ଚିନି ମିଶାଯାଉଥିଲା । ଏହାର ଆଗାମୀ ଚରଣ ଥିଲା ଏହାକୁ ଏକତ୍ର କରି ମିଠେଇର ରୂପ ଦେବା । ସେତେବେଳେ କୋକୋକୁ କେବଳ ଚକୋଲେଟ୍ ନୁହେଁ ବରଂ ନିଶାଦ୍ରବ୍ୟ ଭାବେ ମଧ୍ୟ ବ୍ୟବହାର କରାଯାଉଥିଲା । ପ୍ରାରମ୍ଭରେ ଏହାକୁ ଅଫିମ ଭାବେ ଯନ୍ତ୍ରଣାର ଲାଘବ ପାଇଁ ବିନିଯୋଗ କରାଯାଉଥିଲା । ଏପରିକି କୋକୋର ଆବିଷ୍କାରକମାନେ ମଧ୍ୟ ଏହାକୁ ସରବତ ବିଜ୍ଞାପନ ଆରମ୍ଭରେ ଥଣ୍ଡା ଓ ଥMାପଣର ଘରୋଇ ଉପଚାର ଭାବେ ବ୍ୟବହାର କରୁଥିଲେ । ୧୫୨୮ରେ ମେକ୍ସିକୋକୁ ସ୍ପେନ ଅକ୍ତିଆର କରିବା ପରେ ସ୍ପେନ ସୈନ୍ୟ କୋକୋର ମଞ୍ଜି ଏବଂ ସାମଗ୍ରୀକୁ ନେଇ ନିଜସ୍ୱ ଦେଶରେ ପହଞ୍ଚିଥିଲେ । ଏହାପରେ ସେଠାର ଲୋକମାନେ ଏହାକୁ ବହୁତ ପସନ୍ଦ କଲେ । ଧୀରେଧୀରେ ଧନୀଶ୍ରେଣୀ ଲୋକଙ୍କର ପ୍ରିୟ ପାନୀୟ ପାଲଟିଲା । ଏହି ପାନୀୟ ଇଂଲଣ୍ଡ ଏବଂ ଫ୍ରାନ୍ସରେ ଲୋକପ୍ରିୟତା ହାସଲ କଲା ।
ଖାଦ୍ୟ ଓ କଠିନ ଚକୋଲେଟ୍ ୧୮୦୦ ଶତାବ୍ଦୀରେ ଆରମ୍ଭ ହେଲା । ୧୮୨୮ ମସିହାରେ ଡଚ୍ କେମିଷ୍ଟ କୋନରାଡ୍ ଜୋହାନ୍ସ କୋକୋ ମେସିନ ଆବିଷ୍କାର କରିଥିଲେ । ଏହାପରଠୁ ଚକୋଲେଟ୍ର ଇତିହାସରେ ପରିବର୍ତ୍ତନ ଘଟିଲା । ଏହି ମେସିନ ସାହାଯ୍ୟରେ କୋକୋ ବିନ୍ସରୁ କୋକୋ ବଟର୍କୁ ଅଲଗା କରାଗଲା । ଏଥିରୁ ପ୍ରସ୍ତୁତ ପାଉଡର୍ରୁ ଚକୋଲେଟ୍ ତିଆରି ହେଲା । କୋନରାଡ୍ ଏହି ମେସିନ ଜରିଆରେ ଚକୋଲେଟ୍ରେ ଆáଲାଇନ୍ ସଲଫ ମିଶାଇ ପିତା ସ୍ୱାଦକୁ କମ୍ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଦୀର୍ଘ ୨୦ ବର୍ଷ ପରେ ୧୮୪୮ରେ ବ୍ରିଟିଶ ଚକୋଲେଟ୍ କମ୍ପାନୀ ଜେ ଏସ୍ ଫ୍ରାଇ ଆଣ୍ଡ୍ ସନ୍ସ କୋକୋ ଲିକର୍ରେ କୋକୋ ବଟର୍ ଏବଂ ଚିନି ମିଶାଇ ପ୍ରଥମ ଥର ଖାଦ୍ୟ ଉପଯୁକ୍ତ ଚକୋଲେଟ୍ ପ୍ରସ୍ତୁତ କରିଥିଲେ ।
ଭାରତରେ କୋକୋର ଯାତ୍ରା
ଭାରତରୋ କୋକୋ ଇତିହାସ ବ୍ରିଟିଶ ଦଖଲରୁ ଆରମ୍ଭ ହୋଇଥିଲା, ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଦେଶ ବ୍ରିଟିଶ ସାମ୍ରାଜ୍ୟର ଅଂଶ ଥିଲା । କିନ୍ତୁ ପ୍ରକୃତରେ ଭାରତରେ କୋକୋ କୃଷି ୧୯୬୦ ଦଶକରେ ଆରମ୍ଭ ହୋଇଥିଲା ଯେତେବେଳେ କ୍ୟାଡବୁ୍ୟରୀ, ବିଶ୍ୱ ବ୍ୟାଙ୍କ ଏବଂ କେରଳ କୃଷି ବିଶ୍ୱବିଦ୍ୟାଳୟ ସହଯୋଗରେ କୋକୋ କୃଷି ପଦକ୍ଷେପ ଆରମ୍ଭ କରିଥିଲା । ଯେହେତୁ ପଶ୍ଚିମ ଆଫ୍ରିକାର ମାଟି କୋକୋ ଉତ୍ପାଦନ ପାଇଁ ଅନୁକୂଳ ଥିଲା, ତେଣୁ ଦକ୍ଷିଣ ଭାରତର ଉଷ୍ମ ଜଙ୍ଗଲୀ ଅଞ୍ଚଳଗୁଡ଼ିକର ମାଟିରେ ଚାଷ ସମ୍ଭାବନାର ଆଶା ରଖି କ୍ୟାଡବୁ୍ୟରୀ ଅନୁଷ୍ଠାନ ସ୍ଥାନୀୟ କୃଷକମାନଙ୍କୁ କୋକୋ ଚାଷ ବିଷୟରେ ଶିକ୍ଷା ଦେଇଥିଲା । ବର୍ଷସାରା ଗରମ ସହ ଛାଇ ପାଗ କୋକୋ ଚାଷ ପାଇଁ ଉପଯୁକ୍ତ ଥିବାରୁ ଆମ ଦେଶରେ କେବଳ ଦକ୍ଷିଣ କେରଳ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ଏହି ଗଛ ଦେଖିବାକୁ ମିଳିଥାଏ । ୧୯୬୫ ମସିହାରେ କେରଳର ୱାଏନଡ୍ ଜିଲ୍ଲାର ଚୁଣ୍ଡାଲରେ ଏକ ପ୍ରଦର୍ଶନ ଫାର୍ମ ମାଧ୍ୟମରେ କ୍ୟାଡ୍ବୁ୍ୟରୀ ପ୍ରଥମ ଥର କୋକୋ ଚାଷ ଆରମ୍ଭ କରିଥିଲା । ଏହାପରେ ସେଣ୍ଟ୍ରାଲ ପ୍ଲାଣ୍ଟେସନ କ୍ରପ୍ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ୍ ୧୯୭୨ରେ କୋକୋ ଉପରେ ଅନୁସନ୍ଧାନ ଆରମ୍ଭ କରିଥିଲା । ବର୍ତ୍ତମାନ ବିଶ୍ୱ ଉତ୍ପାଦନର ପ୍ରାୟ ୧ ପ୍ରତିଶତ ଭାରତରୁ କୋକୋ ଉତ୍ପାଦନ ହୋଇଥାଏ ।
ଭାରତୀୟଙ୍କ ବିଶ୍ୱାସ ଯୋ ସ୍ୱିଜରଲାଣ୍ଡର ଚକୋଲେଟ୍ ସର୍ବଶ୍ରେଷ୍ଠ । ହେଲେ ଗବେଷକଙ୍କ କହିବା ଅନୁଯାୟୀ ବେଲଜିୟମର ଚକୋଲେଟ୍ ସମସ୍ତଙ୍କ ଉପରେ ଭାରି ପଡ଼ିଛି । ୟୁରୋପରେ ଧଳା ରଙ୍ଗର ଚକୋଲେଟ୍କୁ ଅତି ଆନନ୍ଦର ସହ ଖାଆନ୍ତି, ଯାହା ଦେଖିବାକୁ ବରଫ ପରି କିନ୍ତୁ ଦୁUର ମିଠାପଣ ନଥିବାରୁ ଭାରତୀୟ ବଜାରରେ ଏହି ଧଳା ଚକୋଲେଟ୍ ଖାସ୍ ସ୍ଥାନ ବଜାୟ ରଖିପାରିଲା ନାହିଁ । ଆଉ ଅନ୍ୟପଟେ ହେଉଛି କଡ଼ା ଚକୋଲେଟ୍ । ଏହା ବି ଭାରତୀୟଙ୍କୁ ପସନ୍ଦ ଆସିଲା ନାହିଁ । ହେଲେ ପାଶ୍ଚ୍ୟାତ ଦେଶକୁ ଅନ୍ଧପରି ଅନୁସରଣ କରୁଥିବା ମହାନଗରୀ ଏହାକୁ ନିଜର ପ୍ରଥମ ପସନ୍ଦ ଚକୋଲେଟ୍ ଘୋଷଣା କଲା । ଆଜିର ଦୁନିଆରେ ୫୦ରୁ ୯୦ ପ୍ରତିଶିତ କଡ଼ା ଚକୋଲେଟ୍ ସୁଲଭ ଦାମରେ ମିଳୁଛି । ଏଥିରେ ଚିନି ଏବଂ କ୍ଷୀର ନାମକୁ ମାତ୍ର ରହିଛି । ଚକୋଲେଟ୍ରୁ ପ୍ରସ୍ତୁତ ପଶ୍ଚିମୀ ମିଷ୍ଠାନ୍ନରେ ଚକୋଲେଟ୍ କେକ୍ ପ୍ରମୁଖ, ଏହାର ଦୁଇ ପ୍ରକାର ଯଥା ଟୁଫଲ୍ ଏବଂ ବ୍ଲାକ୍ ଫରେଷ୍ଟ୍ ଭାରତରେ ବେଶ୍ ଲୋକପ୍ରିୟ ।
ଚକୋଲେଟ୍ ଶଦ୍ଦଟି ସ୍ପାନିସ ଶବ୍ଦରୁ ଆସିଛି ଏବଂ ପାରମ୍ପରିକ ନାହୁଆଟ୍ ଶବ୍ଦ ଜୋକୋଲାଟିରୁ ଏହି ଉତ୍ପନ୍ନ । ମେକ୍ସିକୋରୁ ଚକୋଲେଟ୍ର ଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ଆଫ୍ରିକାରେ ୭୦ ପ୍ରତିଶତ କୋକୋ ଉତ୍ପାଦନ ହେଉଛି । କେବଳ ଜୁଲାଇ ୭ ନୁହେଁ ଚକୋଲେଟ୍ ପାଇଁ ଅନ୍ୟ ଦିନ ମଧ୍ୟ ସମର୍ପିତ, ଯେପରି ହ୍ୱାଇଟ୍ ଚକୋଲେଟ୍ (୨୨ ସେପଫମ୍ବେର), ମିá ଚକୋଲେଟ୍ (୨୮ ଜୁଲାଇ), ଚକୋଲେଟ୍ କର୍ଡ ଏନିଥିଙ୍କ୍ ଡେ (୧୬ ଡିସେମ୍ବର) ଏବଂ ବିଟରସ୍ୱିଟ୍ ଚକୋଲେଟ୍ ଡେ (୧୦ ଜାନୁଆରୀ ) ।
More Stories
ପଇଡ ପାଣିର ଚମତ୍କାର ଜାଣିଲେ ଆଶ୍ଚର୍ଯ୍ୟ ହେବେ
ସ୍ତ୍ରୀ ବୋଲକରା ହୋଇଥାନ୍ତି ଏହି ଅକ୍ଷରର ବ୍ୟକ୍ତି
ବେଡରୁମ୍ ରେ କରନ୍ତୁନି ଏହିସବୁ କାମ, ବିଗିଡି ପାରେ ସମ୍ପର୍କ