ଆଉ ଦିନକପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଘୋଷଯାତ୍ରା ଅନୁଷ୍ଠିତ ହେବାକୁଯାଉଛି । ତେବେ ଏହାକୁ ନଜରରେ ରଖି ଭକ୍ତଙ୍କ ସୁରକ୍ଷା, ଠେଲାପେଲା, ଦଳାଚକଟା, ଭିଡ଼ ନିୟନ୍ତ୍ରଣ ସହ ତିନି ରଥର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟ୍ରାଫିକର ସୁପରିଚାଳନା ପାଇଁ ୩ ସ୍ତରରେ ବିଭକ୍ତ କରାଯାଇଛି । ଭିତର ଟ୍ରାଫିକ୍କୁ ୨ଟି ଓ ବାହାର ଟ୍ରାଫିକ୍କୁ ଗୋଟିଏ ଭାଗରେ ବିଭକ୍ତ କରି ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଏନେଇ ମଙ୍ଗଳବାର ଅପରାହ୍ନରେ ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ଏସ୍ପି ଦୀପକ କୁମାର ରଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ