() ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଜୋର ସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ମହାରଣା, ଭୋଇ, ରୂପକାର, କରତୀ ଓ ଓଝା ସେବାୟତ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଏ ପର୍ଯ୍ୟନ୍ତ ତିନି ରଥର ମୋଟ ୪୪ ଗୋଟି ଯୋକା ସଂଯୋଗ ସରିଥିବାବେଳେ ପ୍ରଥମ ଭୂଇଁ ନିର୍ମାଣ ଶେଷ ହୋଇ ନମ୍ବରିଙ୍ଗ ମଧ୍ୟ ସରିଛି । ଏବଂ ରଥର ଛକାଠ ଉଠିଥିବା ବେଳେ ଖଦିଓରା ନିର୍ମାଣ ଜାରି ରହିଛି । ସେପଟେ ସ୍ନାନ ପରେ ଜ୍ବରରେ ପୀଡିତ ଥବାରୁ ଅଣସର ପିଣ୍ଡିରେ ଶ୍ରୀଜିଉ । ଦଇତାପତି ସେବାୟତ ଗୁପ୍ତସେବା କରୁଥିବାବେଳେ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ଯୋଗୁଁ ପଟିଦିଅଁ ପୂଜା ପାଉଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା