ବାସ୍ତୁ ଶାସ୍ତ୍ର ଆମ ଜୀବନରେ ପ୍ରଭାବ ପକାଇଥାଏ ବୋଲି ଅନେକ ବିଶ୍ୱାସ କରନ୍ତି। ତେଣୁ ପ୍ରାୟ ସମସ୍ତେ ଘର ନିର୍ମାଣ କରିବା ପୂର୍ବରୁ ବାସ୍ତୁ ବିଶେଷଜ୍ଞ ଠାରୁ ଅନେକ ପରାମର୍ଶ ନେଇଥାଆନ୍ତି। ସେମାନେ ବାସ୍ତୁ ଅନୁସାରେ ଘରର କବାଟ, ଝରକା ଠାରୁ ଆରମ୍ଭ କରି ଜିନିଷ ମଧ୍ୟ କିଣିଥାଆନ୍ତି। ତେଣୁ ଘରର କେଉଁଠି କଣ ଲଗାଇବା ଦ୍ୱାରା ବାସ୍ତୁ ଅନୁସାରେ ଆପଣଙ୍କ ଘରର ଉନ୍ନତି ହେବ ସେ ନେଇ କିଛି ଟିପ୍ସ। ଭଗବାନ ଗଣେଶଙ୍କୁ ସମସ୍ତ ପୂଜାରେ ଆଗରେ ରଖାଏ। ତାଙ୍କୁ ଆଗ ପୂଜା କରିବା ଦ୍ୱାରା ସବୁ ସିଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ସବୁ ପୂଜା, ପର୍ବ, ବିବାହ, ବ୍ରତରେ ଗଣେଶ ଆଗ ପୂଜା ପାଆନ୍ତି। ସେହିଭଳିି ବାସ୍ତୁ କ୍ଷେତ୍ରରେ ମଧ୍ୟ ଗଣେଶ ଆଗରେ। ଘରର ମୁଖ୍ୟ ଦ୍ୱାର ଆଗରେ ଗଣେଶ ମୂର୍ତ୍ତି ହେଉ କିମ୍ବା ଗଣେଶଙ୍କ ଛବି ଆଙ୍କନ୍ତୁ। ଯାହାଫଳରେ ଘରେ ସୁଃଖ ଶାନ୍ତି ବଜାୟ ରହିବା ସହ ଆର୍ଥିକ ସଙ୍କଟ ଦେଖାଦେବ ନାହିଁ। ଏହାସହ ସର୍ବଦା ଘରର ମୁଖ୍ୟ ଦ୍ୱାରରେ ଏରୁଣ୍ଡି ରଖନ୍ତୁ। ଏହା ଘର ପାଇଁ ବେଶ୍ ଶୁଭଦାୟକ ହୋଇଥାଏ। ଏହାସହ ଘରେ ଥିବା ପୂଜା ଘରେ ଗଣେଶଙ୍କ ମୂର୍ତ୍ତି ପୂଜା କରନ୍ତୁ। ଜୀବନ ମଙ୍ଗଳ ମୟ ହେବ। କେଉଁ ଆଡେ ଯିବା ଆଗରୁ ଗଣେଶଙ୍କୁ ଧ୍ୟାନ କରି ଯାଆନ୍ତୁ, କାର୍ଯ୍ୟ ସିଦ୍ଧି ହେବ।

More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା