ଲକ୍ଷ୍ମୀଙ୍କୁ ଅର୍ଥଦେବୀ ଭାବେ ପୂଜା କରାଯାଏ। ତେଣୁ ଘରେ ଘରେ ମହିଳାମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତି। ସେହିଭଳି ଘରର ମହିଳାଙ୍କୁ ଲକ୍ଷ୍ମୀ ଆଖ୍ୟା ଦିଆଯାଇଥାଏ। ତେଣୁ ମହିଳାଙ୍କୁ ଲକ୍ଷ୍ମୀ ପୂଜାରେ ଅଧିକ ଧ୍ୟାନ ଦେବାକୁ ହୋଇଥାଏ। ରାତିରେ ଘରେ ଦୀପ ଜଳିଲେ ଘରେ ଲକ୍ଷ୍ମୀଙ୍କର ବାସ ରହିବ ବୋଲି ବିଶ୍ୱାସ ରହିଛି। ଏଣୁ ପୂଜା ଘରେ ରାତିରେ ଦୀପ ଜଳାନ୍ତୁ। ସେହିଭଳି ରାତିରେ ଘରେ କର୍ପୁର ଧୂଆଁ ଦିଅନ୍ତୁ। ମାତାଙ୍କର ଆର୍ଶିବାଦ ପ୍ରାପ୍ତ ହେବ। ଏହାସହ ଘରେ ସକରାତ୍ମକ ବାତାବରଣ ମଧ୍ୟ ରହିବ। ସେହିଭଳି ଘରର ମହିଳା ଦକ୍ଷିଣ ଦିଗରେ ସୋରିଷ ତେଲରେ ରାତିରେ ଦୀପ ଜାଳନ୍ତୁ। ଯାହାଫଳରେ ପୂର୍ବପୁରୁଷଙ୍କ ଠାରୁ ଆର୍ଶିବାଦ ପ୍ରାପ୍ତ ହେବ। ଶୋଇବା ପୂର୍ବରୁ ସର୍ବଦା ଘରକୁ ସଫା କରନ୍ତୁ। ରାତିରେ କେବେ ବି ଘର ଅପରିଷ୍କାର ରଖନ୍ତୁ ନାହିଁ। ଏହା ଘରେ ନକରାତ୍ମକତାକୁ ବଢାଇଥାଏ।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ