The Topmost

“The eyes believe themselves, the ears believe other people.”

ଘନ ଘନ ମିସାଇଲ ମାଡ଼ରେ କମ୍ପୁଛି ସହର

() ୧୦୩ ଦିନ ଛୁଇଁଲା ମହାସମର । ଘମାଘୋଟ ସଂଘର୍ଷ ଜାରି ରହିଥିଲେ ବି ଋଷକୁ ଆଶାନୁରୂପ ରେଜଲ୍ଟ ମିଳିନି । ଏସବୁ ଭିତରେ ରଣନୀତି ବଦଳାଇଛି ମସ୍କୋ । ଏବେ ଋଷ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । ଘନ ଘନ ମିସାଇଲ ମାଡ଼, ଏୟାରଷ୍ଟ୍ରାଇକରେ କମ୍ପୁଛି ୟୁକ୍ରେନର ପ୍ରମୁଖ ସହର । ଯୁଦ୍ଧ ଆରମ୍ଭରୁ ଋଷ କିଭ୍ ଉପରେ ଆକ୍ରମଣ କରିଥିଲେ ବି ୟୁକ୍ରେନର ଏହି ଅଭେଦ୍ୟ ଗଡ଼କୁ ଛୁଇଁ ପାରିନଥିଲା । ଫଳରେ ଦକ୍ଷିଣ ପୂର୍ବ ଓ ପଶ୍ଚିମ ୟୁକ୍ରେନ ସହରରେ ଆକ୍ରମଣକୁ ଜୋରଦାର କରିଥିଲା ମସ୍କୋ । ମାରିୟୁପୋଲ, ଖେରସନ, ଡୋନବାସ, ଲିବିବ ଆଦି ସହରକୁ ଧ୍ବଂସ କରିବା ପରେ କିଭ୍ ଅକ୍ତିଆର ପାଇଁ ଆଗକୁ ବଢୁଛି ଋଷ ସେନା । ଗତ କିଛିଦିନ ଧରି କିଭରେ ଜୋରଦାର ଯୁଦ୍ଧ ଚାଲିଥିବା ବେଳେ ପ୍ରତିଦିନ ୬୦ରୁ ଶହେ ୟୁକ୍ରେନ ସୈନ୍ୟ ନିହତ ହେଉଛନ୍ତି । ୟୁକ୍ରେନକୁ ପୂର୍ବ ୟୁରୋପୀୟ ଦେଶ ଦେଇଥିବା ଘାତକ T-72 ଟ୍ୟାଙ୍କକୁ ଆକ୍ରମଣରେ ନଷ୍ଟ କରି ଦିଆଯାଇଥିବା ଦାବି କରିଛି ମସ୍କୋ ।

https://thetopmost.in/jack-fruit-seed-palak-saambar/

https://thetopmost.in/a-feature-about-life-story-of-actress-sayani-gupta/