ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା । ୨ଦିନ ପରେ ବି ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନି ପୋଲିସ । ବିଭିନ୍ନ ମହଲରେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଜଷ୍ଟିସ ଫର ରୁଚିକା ଦାବି ଜୋର ଧରିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେବି କଲେଜ ଗେଟ୍ ସମ୍ମୁଖରେ କିଛି ଛାତ୍ର ସଙ୍ଗଠନ ଧାରଣା ଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ରୁଚିକାଙ୍କ ବାପା, ମାଆ ଓ ଭଉଣୀ । ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ସେ ନୋ ଟୁ ରାଗିଂ, ୱି ୱାଣ୍ଟ ଜଷ୍ଟିସ ଫର ରୁଚିକା ମହାନ୍ତି ବ୍ୟାନର ଧରି ଧାରଣାରେ ବସିଛନ୍ତି ଛାତ୍ର ସଂଗଠନ । ରୁଚିକାଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତ୍ତୃପକ୍ଷ ଓ ହଷ୍ଟେଲ ସୁପରିଟେଣ୍ଡଂଟଙ୍କ ଅବହେଳାକୁ ଦାୟୀ କରିଛନ୍ତି ଛାତ୍ର ସଂଗଠନ । ଦୋଷୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ରୁଚିକା ମହାନ୍ତିଙ୍କୁ ନ୍ୟାୟ ନମିଳିବା ଯାଏଁ ଲଢେଇ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି ଆନ୍ଦୋଳନକାରୀ । ସେପଟେ ରୁଚିକା ରହୁଥିବା କାରୁବାକୀ ହଷ୍ଟେଲର ୬୦ଜଣ ଅନ୍ତେବାସିନୀଙ୍କୁ ପଚରା ଉଚରା କରାଯାଉଛି । ରୁଚିକାଙ୍କ ମାଆଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଥିବା ଜଣାପଡିଛି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ