January 11, 2026

ଘଞ୍ଚ ଜଙ୍ଗଲରେ ଚାଲିଛି ସୁଟିଂ

ମାଲକାନଗିରି ଘଞ୍ଚ ଜଙ୍ଗଲରେ ଚାଲିଛି ପୁଷ୍ପା-୨ର ସୁଟିଂ । ସିଲେରୁ ନଈ କୂଳକୁ ଟ୍ରକରେ ବୋହି ଅଣାଯାଉଛି ପ୍ରତିକାତ୍ମକ ରକ୍ତ ଚନ୍ଦନ କାଠ । ମାଲକାନଗିରି ଘଞ୍ଚ ଜଙ୍ଗଲରୁ ବିଦେଶ ଯାଉଛି ଏହି ଚନ୍ଦନ କାଠ । ପୋଲିସକୁ କେମିତି ଚକମା ଦେଇ ଘଞ୍ଚ ଜଙ୍ଗଲରେ ଚୋରା ଚାଲାଣ ହେଉଛି ଚଳଚିତ୍ରର ସେହି ସିନ୍ ସୁଟିଂ କରୁଛନ୍ତି ମୈତି ମୁଭି ମେକର୍ସ ଟିମ୍ । ସୂଚନାଅନୁସାରେ, ଗତ ୩ ଦିନ ପୂର୍ବରୁ ପୁଷ୍ପା ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାରଙ୍କ ସମେତ ଡାଇରେକ୍ଟର ଅଫ୍ ଫଟୋଗ୍ରାଫି ମିରେସେଲୋ କୁବା ବ୍ରୋଜେକ୍, ମୈତ୍ରୀ ମୁଭି ମେକର୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚେରୀ, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଆସୋସିଏଟ୍ ଡାଇରେକ୍ଟର ଏମ୍ ପ୍ରସାଦ, ଫାଇଟ୍ ମାଷ୍ଟର ଡ୍ରାଗନ୍ ପ୍ରକାଶ ସମେତ ୨୫ ଜଣ ଟିମ୍ ସଦସ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ କାଲିମେଳା ବ୍ଲକ ଅନ୍ତର୍ଗତ ପୋଲୁର ଅଞ୍ଚଳରେ ପହଞ୍ଚିଥିଲେ ।

SHARE BY