ଗ୍ୟାଙ୍ଗଷ୍ଟର ଲିଙ୍କରେ ଏନଆଇଏ ରେଡ୍ । ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଚଢ଼ାଉ କରିଛି NIA ଟିମ୍ । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ମର୍ଡର କେସ୍, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବାର ସହ କନେକ୍ସନକୁ ନେଇ ଏନଆଇଏ ଟିମ୍ ମାରାଥନ ରେଡ୍ କରିଛି । ଟେରର-କନେକ୍ସନକୁ ନେଇ ଅନେକ ଗ୍ୟାଙ୍ଗଷ୍ଟର NIA ଲେନ୍ସରେ ରହିଥିବା ବେଳେ ବିଦେଶୀ ଫଣ୍ଡିଂକୁ ନେଇ ଆଜି ସକାଳୁ ରେଡ କରିଛି କେନ୍ଦ୍ରୀୟ ଏଜେନ୍ସି । ଗତକାଲି ଲରେନ୍ସ ବିଷ୍ଣୋଇର ୪ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିଲା । ସେମାନଙ୍କଠାରୁ ୩ଟ ପିସ୍ତଲ, ଗୋଟିଏ ମାଗାଜିନ ଓ ୨୨ଟି ଗୁଳି ଜବତ କରାଯାଇଥିଲା । ଆଜି ପଞ୍ଜାବର ୬ଜିଲ୍ଲାରେ ଏନଆଇଏ ରେଡ୍ ଜାରି ରଖିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ