ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା । ଜେଲରେ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ଝାରପଡା ଓ ଚୌଦ୍ବାର ପରେ ଆଉ ୭ଟି ଜେଲକୁ ମିଳିବ ବଡି କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ ଝାରପଡା ଓ ଚୌଦ୍ବାରକୁ ମିଳିଥିଲା ୨୦ଟି କ୍ୟାମେରା । ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡା, ବାଲେଶ୍ବର, ଝାରସୁଗୁଡା, ସୁନ୍ଦରଗଡ଼ ଓ କୋରାପୁଟରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଜି ମନୋଜା ଛାବ୍ରା । ସ୍ପେଶାଲ କଣ୍ଟ୍ରୋଲ ରୁମରେ ଭିଡିଓକୁ କଣ୍ଟ୍ରୋଲ କରାଯିବ । ନିଶାଦ୍ରବ୍ୟ, ମୋବାଇଲ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଆସିଛି ଜେଲ୍ ବିଭାଗ । 5T ଅଧୀନକୁ ଆସିବା ପରେ ସୁଧୁରିଛି ଜେଲ୍ ବିଭାଗ । ଜେଲ୍ ଆଧୁନିକୀକରଣ ଯୋଜନାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଉଛି ।
“The eyes believe themselves, the ears believe other people.”
More Stories
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ