The Topmost

“The eyes believe themselves, the ears believe other people.”

ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ମୃତ

ଉତ୍ତରପ୍ରଦେଶ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ଆଜି ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିଛି। ନଏଡ଼‌ା, ଗାଜିଆବାଦ ଏବଂ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରୁଥିବା ଅନୀଲ ଦୁଜାନା ନାମକ ଗ୍ୟାଙ୍ଗଷ୍ଟର ଆଜି ୟୁପି ଏସଟିଏଫ୍‌ର ଗୁଳିମାଡ଼ରେ ନିପାତ ହୋଇଛି। ଅନିଲ ଦୁଜାନା ବିରୋଧରେ ୬୦ରୁ ଅଧିକ ଅପରାଧିକ ମାମଲା ରହିଛି। ଦୁଜାନା ଏକ ହତ୍ୟା ମାମଲାରେ ଜେଲ୍‌ରେ ଥିଲା। ତେବେ ଗତ ସପ୍ତାହରେ ସେ ଏହି ମାମଲାରେ ଜାମିନରେ ବାହାରକୁ ଆସିଥିଲା । ଜାମିନରେ ବାହାରକୁ ଆସୁ ଆସୁ ସେ ଲୋକଙ୍କୁ ପୁନର୍ବାର ଧମକାଇବା ଆରମ୍ଭ କରିଥିଲା। ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀକୁ ଦୁଜାନା ଧମକାଇଥିଲା ଏବଂ ତାକୁ ହତ୍ୟା କରିବାପାଇଁ ନିଷ୍ପତ୍ତି ନେଇଥିଲା। ଏସଟିଏଫ୍‌ ଉକ୍ତ ବିଷୟରେ ଜାଣିବାପରେ ଦୁଜାନାକୁ ଗିରଫ କରିବାପାଇଁ ପହଞ୍ଚିଥିଲେ। କିନ୍ତୁ ‌ଏହି ସମୟରେ ସେ ପୋଲିସ ଉପରକୁ ଗୁଳି ଚଳାଇବାରୁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ଅନିଲ ଦୁଜାନା ନିପାତ ହୋଇଥିଲା। ମିରଟର ଏକ ଗାଁରେ ଆଜି ଏହି ଏନକାଉଣ୍ଟର ହୋଇଛି। ଗତ କିଛିଦିନ ପୂର୍ବେ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପୂଅ ଅସଦ ଅହମଦର ମଧ୍ୟ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା ।