ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ ବକ୍ସ ଅଫିସରେ କମାଲ କରିବା ପରେ ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସଫଳତା ଶୀର୍ଷରେ ପହଞ୍ଚି । ତାଙ୍କର ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ପୁରା ବିଶ୍ୱରେ ଏହି ଫିଲ୍ମ ୧୦୦ କୋଟି ବକ୍ସ ଅଫିସ ପାର କରିସାରିଛି । ଭାରତୀୟ ସିନେ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଆଲିୟା ଭଟ୍ଟ ଏବେ ଅନ୍ତର୍ଜାତୀୟ ପ୍ରଶଂସକଙ୍କ ହୃଦୟରେ ରାଜ୍ କରିବାକୁ ପୁରାପୁରି ପ୍ରସ୍ତୁତ ଅଛନ୍ତି । ତାଙ୍କ ହାତରେ ଲାଗିଛି ହଲିଉଡ୍ର ଏକ ବଡ଼ ପ୍ରୋଜେକଫ । ସୂଚନା ଅନୁଯାୟୀ ଆଲିୟା ଖୁବଶୀଘ୍ର ହଲିଉଡ୍ ଡେବୁ୍ୟ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ଦୁନିଆର ନମ୍ବର ୱାନ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ୍’ ସହ ହଲିଉଡ୍ ଜଗତରେ ପ୍ରବେଶ କରିବେ । ଏହା ଏକ ସ୍ପାଇ ଥ୍ରୀଲର ଫିଲ୍ମ । ହଲିଉଡ୍ ଅଭିନେତ୍ରୀ ଗାଲ୍ ଗାଡୋଟ୍ ଏବଂ ଜେମୀ ଡୋର୍ନନଙ୍କ ସହ ଆଲିୟା ଅଭିନୟ କରିବେ । ଏହାର ନିର୍ଦ୍ଦେଶନା ଦେବେ ଟମ୍ ହାର୍ପର । ଏସମ୍ପର୍କରେ ନେଟଫ୍ଲିକ୍ସ ତାହାର ଇନଷ୍ଟା ହ୍ୟାଣ୍ଡେଲ୍ରେ ଆଲିୟାଙ୍କ ହଲିଉଡ୍ ପ୍ରୋଜେକଫର ଘୋଷଣା କରିଛି । ଏହି ଫିଲ୍ମରେ ଗାଲ୍ ଗାଡୋଟ୍ ଜଣେ ଗୁପ୍ତଚର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଆଲିୟାଙ୍କ ଚରିତ୍ର ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଗାଲ୍ ଗାଡୋଟ୍ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ତେବେ ଆଲିୟାଙ୍କୁ ଇଣ୍ଟରନ୍ୟାସନାଲ ଷ୍ଟାରମାନଙ୍କ ସହ ସ୍କ୍ରିନ ସେୟାର ଦେଖିବାକୁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି । ଆଲିୟା ଭଟ୍ଟଙ୍କ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ହୁମା କୁରୈଶୀ ଏବଂ ଶୋଭିତା ଧୁଲିପାଲ ହଲିଉଡ୍ରେ କାମ କରିଛନ୍ତି ଏବଂ ନିଜ ପ୍ରତିଭାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରମାଣିତ ମଧ୍ୟ କରିଛନ୍ତି । ଆଲିୟାଙ୍କ ଆଗାମୀ ପ୍ରୋଜେକଫ ମଧ୍ୟରେ ‘ଆର୍ଆର୍ଆର୍’, ‘ବ୍ରହ୍ମାସ୍ତ୍ର’, ‘ରକି ଔର୍ ରାନୀ କି ପ୍ରେମ କାହାନୀ’ ଏବଂ ‘ଜି ଲେ ଜରା’ ସାମିଲ ରହିଛି ।
“The eyes believe themselves, the ears believe other people.”
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍