ଚୀନ୍ରେ କରୋନା ସ୍ଥିତି ଅତି ଭୟଙ୍କର ହେବାରେ ଲାଗିଛି । ସହରାଞ୍ଚଳରେ ସଂକ୍ରମଣ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବା ପରେ ଏବେ ଗ୍ରାମୀଣ ଚୀନ୍ରେ ସଂକ୍ରମଣ ଅଣାୟତ୍ତ ହୋଇଛି । ଗ୍ରାମୀଣ ଚୀନ୍ରେ ଅନେକ ଡାକ୍ତର କହିଛନ୍ତି, ସେମାନେ ଜୀବନକାଳ ମଧ୍ୟରେ ଏଭଳି ସ୍ଥିତି କେବେ ଦେଖିନାହାନ୍ତି । ପୂର୍ବରୁ ମାସରେ ପ୍ରାୟ ୧୦୦ ରୋଗୀ କ୍ଲିନିକ୍ ଆସୁଥିଲେ କିନ୍ତୁ ଡିସେମ୍ବରର ଦୁଇ ତିନି ଦିନରେ ୫୦୦ରୁ ଅଧିକ ରୋଗୀ କ୍ଲିନିକ ଆସିଛନ୍ତି । ସଂକ୍ରମଣ ବଢ଼ିବାରୁ ଗାଁଗୁଡ଼ିକରେ ସବୁଠାରୁ ଏକ ବଡ଼ ସମସ୍ୟା ହେଉଛି ଚିକିତ୍ସାର ଅଭାବ । ଚିକିତ୍ସା ସାମଗ୍ରୀ ଅଭାବରୁ ଅନେକ ଗ୍ରାମୀଣ କ୍ଲିନିକ ବନ୍ଦ ରହିଛି । ଏପରିକି ସହରତଳି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ବି ଔଷଧ ଆସୁନି । ଗ୍ରାମୀଣ ଚୀନ୍ରେ ବୟସ୍କ ଏବଂ ଶିଶୁମାନେ ନିର୍ଦ୍ଦିଷ୍ଟ ଭାବେ ଜଟିଳ ସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଗ୍ରାମୀଣ ଚୀନ୍ରେ ବୟସ୍କ ଲୋକମାନେ ଆତ୍ମହତ୍ୟା କରିଦେଉଛନ୍ତି । ସଂକ୍ରମଣଜନିତ ଉଦ୍ବେଗ ପାଇଁ ଅନେକ ବୟସ୍କ ଲୋକ କୀଟନାଶକ ଖାଇ ଆତ୍ମହତ୍ୟା କରିଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ