ସହର ଭଳି ଗାଁରେ ଗଡ଼ିବ ବସ୍ । ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗ୍ରାମାଂଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଗୁରୁବାର ମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ପରି ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ସାମିଲ ହେବ । ସେବା, ସୁରକ୍ଷା ଓ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଆସନ୍ତାକାଲିଠୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ଯୋଜନା । ରାଜ୍ୟ ରୁପାନ୍ତିକରଣରେ ଏହି ବସ ସେବା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସହର ଭଳି ଏଣିକି ଗାଁରେ ଗଡ଼ିବ ବସ୍। ଆରାମରେ ଯାତାୟତ କରିବେ ଲୋକେ। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗ୍ରାମାଂଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍