ନବ କିଶୋର ଦାସ ହତ୍ୟା ମାମଲା । ସତ ବାହାର କରିବାକୁ ରିମାଣ୍ଡରେ ଗୋପାଳକୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ । ହତ୍ୟାର ପ୍ରକୃତ କାରଣ ସହିତ ପ୍ରମାଣ ଖୋଜିବାରେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ଦ୍ୱିତୀୟ ଦିନ । ପୁଣି ଝାରସୁଗୁଡ଼ା ଯାଇ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ଖୁବଶୀଘ୍ର ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏଟ କରିପାରେ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ମୁହଁରୁ ଗୋଟି ଗୋଟି କରି ସତ ଆଦାୟ କରିବାକୁ ବୈଷୟିକ ଜ୍ଞାନକୌଶଳର ସହାୟତା ନେଇଛି ତଦନ୍ତକାରୀ ଟିମ୍ । ସିଏଫଏସଏଲର ଅଧିକାରୀଙ୍କ ସହାୟତାରେ ଗୋପାଳର ମନରେ ଚାଲିଥିବା ଭାବନାକୁ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ । ଫୋକସରେ ରହିଛି ଅଭିଯୁକ୍ତର ଆଚରଣ, ବ୍ୟକ୍ତିତ୍ୱ ଓ ସାମଗ୍ରିକ ମାନସିକତା ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍