ବଦଳିଯିବ ପୁରୀ ବଡ଼ଦାଣ୍ଡର ରଙ୍ଗ । ବଡଦାଣ୍ଡ ଆଖପାଖରେ ଥିବା ସବୁ କୋଠାର ରଙ୍ଗ ବଦଳିଯିବ । କୋଠାର ରଙ୍ଗ ଫିକା ଗୋଲାପି ହେବ । ୫-ଟି ଅଧ୍ୟକ୍ଷଙ୍କ ସହ ଅନ୍ୟ ଅଧିକାରୀମାନେ ବଡ଼ ଦାଣ୍ଡ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ରଙ୍ଗ ଚୟନ କରିଥିଲେ । ମାଟିଆ, ଧଳା, ଫିକା ଗୋଲାପି ଆଦି ୧୪ରୁ ଅଧିକ ରଙ୍ଗ ଅନୁଧ୍ୟାନ କରିବା ପରେ ଫିକା ଗୋଲାପି ରଙ୍ଗ ଚୟନ କରାଯାଇଛି । ବଡ଼ଦାଣ୍ଡରେ ସମାନତା ଆଣିବାକୁ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଉଛି । ବଡ଼ଦାଣ୍ଡରେ ବସବାସ କରୁଥିବା ଅବା ବ୍ୟବସାୟ କରୁଥିବା ଲୋକମାନଙ୍କୁ ସେମାନଙ୍କ କୋଠାର ରଙ୍ଗ ବଦଳାଇବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି । ଯଦି ଲୋକେ ନ କରନ୍ତି, ପ୍ରଶାସନ ଏହି ରଙ୍ଗ କାମ କରିବ, କିନ୍ତୁ ସଂପୃକ୍ତ ଲୋକେ ଏହି ଖର୍ଚ୍ଚ ଭରଣା କରିବେ ବୋଲି ଶୁଣିବାକୁ ମିଳୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା