The Topmost

“The eyes believe themselves, the ears believe other people.”

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ କେଜ୍ରିୱାଲଙ୍କ ପ୍ରତିକ୍ରିୟା 

ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ କେଜ୍ରିୱାଲଙ୍କ ପ୍ରତିକ୍ରିୟା । ଭିବାନୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ବିଜେପି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଉଠାଇ ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ଯିବାକୁ ଚାହୁଁଛି । ଏଥିରୁ ଲୋକଙ୍କୁ କିଛି ଫାଇଦା ମିଳିବାର ନାହିଁ । ତେଣୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ କଥାକୁ ବାଦ ଦେଇ ସରକାର ତୁରନ୍ତ ଗୋଟିଏ ଦେଶ ଗୋଟିଏ ଶିକ୍ଷାନୀତି ପ୍ରଚଳନ କରନ୍ତୁ । ଯାହାଦ୍ୱାରା ଆଦାନୀ ଓ ଅମ୍ବାନୀ ଭଳି ପୁଞ୍ଜିପତିଙ୍କ ପିଲାଙ୍କୁ ଯେଉଁ ଶ୍ରେଣୀର ଶିକ୍ଷା ମିଳୁଛି ସାଧାରଣ ଲୋକଙ୍କର ପିଲାଙ୍କୁ ମଧ୍ୟ ସମାନ ଶ୍ରେଣୀର ଶିକ୍ଷା ମିଳିପାରିବ । କେବଳ ସେତିକି ନୁହେଁ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଠାରେ ଗୋଟିଏ ଦେଶ ଗୋଟିଏ ଚିକିତ୍ସା ପାଇଁ ମଧ୍ୟ ଦାବି କରିଛନ୍ତି । ଏହା ଫଳରେ ଶ୍ରମିକ ଠାରୁ ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତଙ୍କୁ ସମାନ ସ୍ତରର ଚିକିତ୍ସା ମିଳିପାରିବ ।

SHARE BY