ବ୍ରିଟେନର ଜଣେ ବ୍ୟକ୍ତିଙ୍କ ନିକଟକୁ ଗୋଟିଏ ଦିନରେ ନିଜ କାରର ୫୧ ଚାଲାଣ ଆସିଛି । ଏହି ଚାଲାଣ ପାଇଁ ମୋଟ ୬ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆସିଛି । ଘରୋଇ ମାର୍ଗ ଉପରେ କାର ଡ୍ରାଇଭ କରିଥିବାରୁ ଏହି ଚାଲାଣ କଟିଛି । ସେପଟେ ଏହାକୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ଏହି ଜୋରିମାନା ଭୁଲ ଭାବେ ଜାରି କରାଯାଇଛି, କାରଣ ତାଙ୍କ ପାଖରେ ସେହି ମାର୍ଗରେ ନିଜ ଟେସଲା କାର ଚଳାଇବାର ଅନୁମତି ମିଳିଛି । ରିପୋର୍ଟ ଅନୁଯାୟୀ ଲଣ୍ଡନରେ ରହୁଥିବା ୫୪ ବର୍ଷୀୟ ଜନ୍ ବେରେଟ୍ଙ୍କ ପାଖକୁ ଆସିଛି ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୫୧ଟି ଚାଲାଣ ।
ଜନ୍ ପେଶାରେ ଜଣେ ବିଲïର । ତାଙ୍କ କହିବା ଅନୁଯାୟୀ ଏ ସମସ୍ତ ଚାଲାଣ ଗତ ପାଞ୍ଚ ମାସ ମଧ୍ୟରେ ଦାଖଲ କରାଯାଇଛି, ହେଲେ ଚଳିତ ମାସର ପ୍ରାରମ୍ଭରେ ଏକତ୍ର ହିଁ ୫୧ଟି ଚାଲାଣ ପଠାଯାଇଛି । ପ୍ରତି ଚାଲାଣରେ ପ୍ରାୟ ୧୩ ହଜାରରୁ ଅଧିକ ଟଙ୍କାର ଜୋରିମାନା ଲଗାଯାଇଛି । ତେବେ ପ୍ରଥମ ଥର ପାଇଁ ଏପରି ଚାଲାଣ ଆସିଥିବା ଦେଖି ବେରେଟ୍ ଏବଂ ତାଙ୍କ ପତ୍ନୀ ଲିସା ଆଶ୍ଚର୍ଯ୍ୟପ୍ରକାଶ କରିଛନ୍ତି । ବେରେଟ୍ଙ୍କ ପାଖରେ ଜୋରିମାନା ଟଙ୍କା ଦାଖଲ କରିବାକୁ ୨୮ଦିନ ସମୟ ଅଛି । ତେବେ ଗୋଟିଏ ଦିନରେ ୫୧ଟି ଚାଲାଣ ପାଇଥିବା ବେରେଟ୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ।
2 thoughts on “ଗୋଟିଏ ଦିନରେ ୫୧ ଚାଲାଣ: ଆସିଛି ୬ ଲକ୍ଷର ଜୋରିମାନା”