The Topmost

“The eyes believe themselves, the ears believe other people.”

ଗୋଆରେ ୩୭ତମ ଜାତୀୟ କ୍ରୀଡ଼ା

ଗୁରୁବାରଠାରୁ ଆରମ୍ଭ ହେଉଛି ୩୭ତମ ଜାତୀୟ କ୍ରୀଡ଼ା । ଜାତୀୟ କ୍ରୀଡ଼ାର ଏହି ମହାକୁମ୍ଭ ଗୋଆରେ ଅନୁଷ୍ଠିତ ହେଉଛି । ଜାତୀୟ କ୍ରୀଡାକୁ ଦେଶର ଅଲିମ୍ପିକ୍ ଭାବେ ମଧ୍ୟ ପରିଗଣିତ କରାଯାଉଛି । ଏଥିଲାଗ ସମସ୍ତ କ୍ରୀଡାବିତ ଜୋରଦାର ପ୍ରସ୍ତୁତ କରିଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ଓଡ଼ିଶାରୁ ୩ଶହରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା କ୍ରୀଡ଼ାବିତ ଅଛନ୍ତି । ରାଜ୍ୟର ଖେଳାଳି ଉନ୍ନତ ପ୍ରଦର୍ଶନ କରି ମେଡାଲ ଆଣିଲେ ରାଜ୍ୟ ସରକାର ଦେବେ ପୁରସ୍କାର । ସ୍ବର୍ଣ୍ଣ ମେଡାଲ ଜିତିଲେ ରାଜ୍ୟ ସରକାର ଦେବେ ୫ ଲକ୍ଷ ଟଙ୍କା ପୁରସ୍କାର । ରୌପ୍ୟ ପଦକ ପାଇଁ ୩ ଲକ୍ଷ ଏବଂ ବ୍ରୋ୍ଂଜ ପଦକ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଜାତୀୟ କ୍ରୀଡ଼ା ମହାକୁମ୍ଭ । ଗୋଆର ୫ଟି ସହରରେ କ୍ରୀଡ଼ାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ମାପୁସା, ମାର୍ଗାଓ, ପଂଜିମ, ପୋଣ୍ଡା ଏବଂ ଭାସ୍କୋ ସହରରେ ଅନୁଷ୍ଠିତ ହେବ କ୍ରୀଡ଼ା । ଗୋଆ ପ୍ରଥମଥର ଲାଗି ଜାତୀୟ କ୍ରୀଡ଼ା ଆୟୋଜନ କରୁଛି । ଏଥିରେ ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସାମିଲ ହେବା ସମ୍ଭାବନା ରହିଛି ।