ଅଶୋକ ଗେହଲଟଙ୍କୁ ଚେତାବନୀ ଦେଲେ ସଚିନ ପାଇଲଟ୍ । ଆଜି କଂଗ୍ରେସ ନେତା ସଚିନ ପାଇଲଟଙ୍କ ଜନ ସଂଘର୍ଷ ଯାତ୍ରାର ଶେଷ ଦିନ ଥିଲା । ଏହି ସମୟରେ ସେ କହିଛନ୍ତି ଯେ, ମୋ କାମ କରିବାର ତରିକା, ମୋ ନିଷ୍ଠା ଉପରେ ମୋ ବିରୋଧୀ ବି ଆଙ୍ଗୁଠି ଉଠାଇପାରିବେ ନାହିଁ । ମୁଁ କୌଣସି ପଦରେ ରୁହେ, କି ନ ରୁହେ ହେଲେ ଅନ୍ତିମ ନିଶ୍ୱାସ ପର୍ଯ୍ୟନ୍ତ ରାଜସ୍ଥାନ ଜନତାଙ୍କ ସେବା କରିବି ବୋଲି କହିଛନ୍ତି ସଚିନ ପାଇଲଟ୍ । ଅନ୍ୟପଟେ ଚଳିତ ମାସ ଶେଷ ସୁଦ୍ଧା ଯଦି ତାଙ୍କର ଦାବି ପୂରଣ ନକରାଯାଏ, ତେବେ ସେ ଯୁବବର୍ଗଙ୍କ ପାଇଁ ସାରା ରାଜ୍ୟରେ ଆନ୍ଦୋଳନ କରିବେ । ଆଉ ଲୋକଙ୍କ ସହ ପଦଯାତ୍ରାରେ ବାହାରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କାହା ଉପରେ କିଛି ବି ଆରୋପ ଲଗାଇନାହାଁନ୍ତି, କାହାକୁ କିଛି ବି ଭୁଲ କଥା କହିନାହାଁନ୍ତି । ଆପଣ ମୋତେ ଗାଳି ଦେଇପାରନ୍ତି, ହେଲେ ଜନତା ହିଁ ଜନାର୍ଦ୍ଦନ । ସେମାନେ ହି ସବୁ ଘଟଣାର ବିଚାର କରିବେ ବୋଲି ପାଇଲଟ୍ ଆଜି ପ୍ରତିକ୍ରିୟା ରଖିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍