The Topmost

“The eyes believe themselves, the ears believe other people.”

ଗେହଲଟଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ସଚିନ ପାଇଲଟଙ୍କୁ ଗଦ୍ଦାର କହିବା ପଡିପାରେ ମହଙ୍ଗା । ଅଶୋକ ଗେହଲଟ ସଚିନ ପାଇଲଟଙ୍କୁ ନେଇ ଏପରି ଆକ୍ଷେପ କରିବା ପରେ ଦଳର ହାଇକମାଣ୍ଡ ଏବେ ଅସନ୍ତୁଷ୍ଟ । ମିଳିଥିବା ସୂଚନା ଅନୁସାରେ ଏବେ ଦଳର ଶୀର୍ଷ ନେତା ଗେହଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛନ୍ତି । ଏନେଇ ଦଳର ଅନ୍ୟତମ ଶୀର୍ଷ ନେତା ଜୟରାମ ରମେଶ ଇସାରା ଦେଇଛନ୍ତି । ଜୟରାମ କହିଛନ୍ତି, ସଂଗଠନ କଂଗ୍ରେସ ପାଇଁ ସର୍ବୋପରି । ଦଳୀୟ ସଂଗଠନକୁ ମଜବୁତ ରଖିବା ପାଇଁ କଂଗ୍ରେସ ସମସ୍ତ ପ୍ରକାର ପଦକ୍ଷେପ ନେବ । ଏଥିପାଇଁ ଦଳ କେବେ ବି ପଛଘୁଞ୍ଚା ଦେବ ନାହିଁ । ଉଭୟ ନେତା ଦଳ ପାଇଁ ଜରୁରୀ ହୋଇ ଥିବାବେଳେ ଦୁଇ ନେତାଙ୍କ ମଧ୍ୟରେ ଥିବା କନ୍ଦଳର ସମାଧାନ ପାଇଁ ଚେଷ୍ଟା କରାଯିବ ।