The Topmost

“The eyes believe themselves, the ears believe other people.”

ଗୁରୁଦ୍ବାର ଫତେଗଡ଼ ସାହିବରେ ରାହୁଲଙ୍କ ପ୍ରାର୍ଥନା

ପଞ୍ଜାବରେ ଜାରି ରହିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ଗୁରୁଦ୍ବାର ଫତେଗଡ଼ ସାହିବରେ ପହଞ୍ଚି ରାହୁଲ ଗାନ୍ଧି ସ୍ମୃତି ତର୍ପଣ କରିଛନ୍ତି । ଆଜି ସକାଳେ ଶତାଧିକ କର୍ମୀଙ୍କ ସହ ରାହୁଲ ଗାନ୍ଧି ଗୁରୁଦ୍ବାର ପରିଦର୍ଶନ କରିଥିଲେ । ଟି-ସାର୍ଟ ପରିହତ ରାହୁଲ ପଗଡ଼ି ପିନ୍ଧି ଗୁରୁଦ୍ବାରରେ ପ୍ରାର୍ଥନା କରିଥିଲେ । ରାହୁଲଙ୍କ ସହ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଅମରିନ୍ଦର ସିଂ ରାଜା ଓ୍ବାରି ଓ ଅନ୍ୟାନ୍ୟ ନେତା ଗୁରୁଦ୍ବାର ଯାଇଥିଲେ । ଗତକାଲି ରାହୁଲ ଗାନ୍ଧି ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କରିଥିଲେ । ଆଜି ପ୍ରବଳ ଶୀତ ସତ୍ତ୍ବେ ଶହ ଶହ କର୍ମୀ ଯାତ୍ରାରେ ସାମିଲ ହୋଇଥିଲେ । ଜଣେ କର୍ମୀ ଖୋଲା ଦେହରେ ଯାତ୍ରାରେ ଚାଲିଥିବା ପରିଲକ୍ଷିତ ହୋଇଛି । ଫତେଗଡ଼ ସାହିବ ପରେ ଏହି ଯାତ୍ରା ମଣ୍ଡି ଗୋବିନ୍ଦଗଡ଼, ଖାନ୍ନା, ସାହ୍ନେଓ୍ବାଲ, ଲୁଧିଆନା, ଗୋରାୟା, ଫଗଓ୍ବାରା, ଜଳନ୍ଧର, ଦାଉସା ଓ ମୁକେରିଆନ ଅତିକ୍ରମ କରିବ ।