The Topmost

“The eyes believe themselves, the ears believe other people.”

Quad meeting @the topmost

ଗୁରୁତ୍ୱପୂର୍ଣ୍ଣ କ୍ୱାଡ୍ ବୈଠକ

ନୂଆଦିଲ୍ଲୀ: ମାର୍ଚ୍ଚ ୦୪: ୟୁକ୍ରେନ୍-ରଷିଆ ଯୁଦ୍ଧକୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ କ୍ୱାଡ୍ ବୈଠକ । ପ୍ରଧାନମନ୍ତ୍ରୀ ମୋଦି, ଜୋ-ବାଇଡେନଙ୍କ ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କାଶିଦା ବି ଏଥିରେ ଯୋଗ ଦେବେ । କ୍ୱାଡ୍ ବୈଠକରେ ରଷିଆର ଆକ୍ରମଣ ଓ ବିବାଦର ସମାଧାନ ନେଇ ଆଲୋଚନା ହୋଇପାରେ । କ୍ୱାଡର ସମସାମୟିକ ତଥା ସକରାତ୍ମକ ଏଜେଣ୍ଡା ସମ୍ବନ୍ଧରେ ଚାରିଜଣ ନେତା ଅତୀତରେ ପଦକ୍ଷେପ ନେଇଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୦୨୧ରେ କ୍ୱାଡ ନେତାମାନେ ୱାଶିଂଟନରେ ବ୍ୟକ୍ତିଗତ ଭାବରେ ସାକ୍ଷାତ ହୋଇଥିଲେ । ଏହି ସମୟରେ ଇଣ୍ଡୋ-ପାସିଫିକ ଓ କୋଭିଡ-୧୯ ପ୍ରସଙ୍ଗରେ ସମସ୍ତେ ଆଲୋଚନା କରିଥିଲେ । ହେଲେ ଏଥର ରୁଷ ଓ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ମହାସାଗରରେ ସୁନାମୀ ପରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ଅନୌପଚାରିକ ମିଳିତ ମଞ୍ଚ ଗଠନ କରିଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ କ୍ୱାଡ୍ ହେଉଛି ଚାରୋଟି ଦେଶର ଏକ ସଂଗଠନ । ଏଥିରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ । ଏହି ଚାରୋଟି ଦେଶ ହେଉଛି ବିଶ୍ୱର ସବୁଠାରୁ ବଡ ଅର୍ଥନୈତିକ ଶକ୍ତି । ୨୦୦୭ରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହାକୁ କ୍ୱାଡ୍ରିଲେଟରାଲ ସିକ୍ୟୁରିଟି ଡାଇଲଗ ବା କ୍ୱାଡ ରୂପରେ ନାମକରଣ କରିଥିଲେ ।

Quad meeting @the topmost
Quad meeting @the topmost
@thetopmost-01 India’s Foreign Minister Subrahmanyam Jaishankar, Japan’s Foreign Minister Toshimitsu Motegi, Australian Foreign Minister Marise Payne and U.S. Secretary of State Mike Pompeo pose for a picture as they attend a meeting in Tokyo, Japan October 6, 2020. Charly Triballeau/Pool via REUTERS