The Topmost

“The eyes believe themselves, the ears believe other people.”

ଗୁଜରାଟ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା

ଗୁଜରାଟ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା । ଆଗାମୀ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ସେ କହିଛନ୍ତି । ଏହାସହ ସେ କହିଛନ୍ତି କି ଗୁଜରାଟରେ ଆଗାମୀ ୨ ମାସ ମଧ୍ୟରେ ବିଜେପି ଯାଉଛି ଓ ଆମ୍ ଆଦମୀ ପାର୍ଟି ଆସୁଛି । ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସେଠାରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ମୁଁ ଏଠାରେ ଦୁଇମାସ ହେବ ବୁଲି ବୁଲି ସବୁ ବର୍ଗର ଲୋକଙ୍କ ସହ ମିଶୁଛି । ଜଣେ ବି ବ୍ୟକ୍ତି ବିଜେପି ଶାସନରେ ସନ୍ତୁଷ୍ଟ ଥିବା କଥା କହି ନାହାଁନ୍ତି । ସେପଟେ ଗୁଜରାଟ ଲୋକଙ୍କୁ ମାଗଣା, ବିଜୁଳି ଓ ମାଗଣା ଶିକ୍ଷା ଦେବାକୁ ଆମ୍ ଆଦମୀ ପାର୍ଟି ଘୋଷଣା କରିବା ପରେ ଏହାକୁ ବିଜେପି ଭିନ୍ନ ଭିନ୍ନ ତରିକାରେ ବିରୋଧ କରୁଥିବା କଥା ଅଭିଯୋଗ କରିଛନ୍ତି । କେଜ୍ରିୱାଲ ଗୁଜରାଟର ଭୋଟରଙ୍କୁ ପ୍ରତିଶ୍ରୁତି ବି ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ଆମ୍ ଆଦମୀ ପାର୍ଟିର ସରକାର ଗଠନ ହେବା ପରେ ଏଠାରେ କୌଣସି ସରକାରୀ କାମ ପାଇଁ ଲୋକଙ୍କୁ ଲାଞ୍ଚ ଦେବାକୁ ପଡିବ ନାହିଁ ।