ବିଶ୍ବ ସ୍ତରରେ ଟେକନୋଲୋଜୀ କମ୍ପାନିମାନେ ଯେଉଁ ହାରରେ ଛଟେଇ କରିଚାଲିଛନ୍ତି ତାହାକୁ ନେଇ ପେସାଦାରମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଲାଣି । ବିଶେଷକରି ଆମେରିକୀୟ ଟେକନଲୋଜୀ କମ୍ପାନି ଗୁଡ଼ିକ ପ୍ରାୟ ପ୍ରତିଦିନ ଛଟେଇ କରିବା ସଂପର୍କରେ ଘୋଷଣା କରୁଛନ୍ତି । ବିଶ୍ବର ଅନ୍ୟତମ ପ୍ରମୁଖ ଟେକନଲୋଜୀ କମ୍ପାନି ଗୁଗୁଲ୍ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବା ସଂପର୍କରେ ଏହାର ମୂଳ କମ୍ପାନି ଆଲଫାବେଟ୍ ଘୋଷଣା କରିଛି । ଏହି ସଂଖ୍ୟା ସାରା ବିଶ୍ବରେ ଥିବା ଗୁଗୁଲର ମୋଟ କର୍ମଚାରୀ ସଂଖ୍ୟାର ୬ ପ୍ରତିଶତ ହେବ । ଗୁଗୁଲର ସିଇଓ ସୁନ୍ଦର ପିଚାଇ କର୍ମଚାରୀମାନଙ୍କୁ ଏକ ଇ-ମେଲ ମାଧ୍ୟମରେ ଏହି ଛଟେଇ ସଂପର୍କରେ ଜଣାଇଦେଇଛନ୍ତି । କମ୍ପାନିରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ପାଇଁ ସେ ନିଜକୁ ଦାୟୀ କରିଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା