କର୍ଣ୍ଣାଟକ ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅ ଗିରଫ । ତାଙ୍କ ଘରୁ ନଗଦ ୬ କୋଟି ଟଙ୍କା ଜବତ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । କର୍ଣ୍ଣାଟକ ଲୋକାୟୁକ୍ତ ତାଙ୍କ ଘରେ ଚଢ଼ଉ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୁରୁବାର ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ ରେଡ ହ୍ୟାଣ୍ଡେଡରେ ଧରାପଡିଛନ୍ତି । ଏହା ପରେ କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ବିରୋଧୀ ଲୋକାୟୁକ୍ତ ସଂସ୍ଥା ପ୍ରଶାନ୍ତଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ରେଡ୍ କରିଥିଲେ । ପ୍ରଶାନ୍ତଙ୍କ ଘରେ ଲୋକାୟୁକ୍ତ ସଂସ୍ଥା ୬କୋଟି ଟଙ୍କା ପାଇଥିଲେ। ସେହିପରି ପ୍ରଶାନ୍ତଙ୍କ ଅଫିସରେ ୧.୭ କୋଟି ଟଙ୍କା ମଧ୍ୟ ପାଇଛନ୍ତି। ପ୍ରଶାନ୍ତ ତାଙ୍କ ଅଫିସରେ ଲାଞ୍ଚ ଗ୍ରହଣ କରୁଥିବାବେଳେ ଲୋକାୟତ୍ତ ଅଧିକାରୀ ତାଙ୍କୁ ଧରିଥିଲେ। ଏ ସଂକ୍ରାନ୍ତରେ ପଚରା ଉଚରା ପାଇଁ ଲୋକାୟୁକ୍ତ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କୁ ଡକାଇ ପାରେ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ