ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ୱାମୀ ଚିନ୍ମୟାନନ୍ଦ ଛନ୍ଦି ହୋଇଥିବା ବେଳେ ତାଙ୍କୁ ଗିରଫ କରିବା ଲାଗି ଶାହାଜାନପୁରସ୍ଥିତ ସ୍ୱତନ୍ତ୍ର ଏମ୍ପି/ଏମ୍ଏଲଏ କୋର୍ଟ ନିର୍ଦେଶ ଦେଇଛନ୍ତି । ୨୦୧୧ରେ ଚିନ୍ମୟାନନ୍ଦଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଯୌନ ନିର୍ଯାତନା ମାମଲାରେ ଅଦାଲତ ତାଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦେଶ ଦେଇଛନ୍ତି । ଶାହାଜାନପୁରସ୍ଥିତ ନିଜ ଆଶ୍ରମରେ ଚିନ୍ମୟାନନ୍ଦ ଜଣେ ଶିଷ୍ୟଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ମାମଲାର ଶୁଣାଣି କାଳରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଚିନ୍ମୟାନନ୍ଦ ହାଜର ହେବାକୁ ଅଧିକ ସମୟ ଲୋଡିଥିଲେ । ମାତ୍ର ବିଚାରପତି ଅସମା ସୁଲତାନା ଏହି ଆବେଦନକୁ ଅଗ୍ରାହ୍ୟ କରିବା ପୂର୍ବକ ଗିରଫ ନିର୍ଦେଶ ଦେଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ