The Topmost

“The eyes believe themselves, the ears believe other people.”

ଗିରଫଦାରୀ ଆଶଙ୍କା ପ୍ରକାଶ କଲେ କେଜ୍ରିୱାଲ

ଆଜି ପୁଣି ସିବିଆଇରେ ହାଜର ହେବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ । ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ସକାଳ ୧୧ଟାରେ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ମନୀଷ ସିସୋଦିଆ । ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ ହୋଇଥିଲା । କିନ୍ତୁ ଦିଲ୍ଲୀ ଅର୍ଥମନ୍ତ୍ରୀ ଥିବା ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା । ତେବେ ସିବିଆଇକୁ ପୁରା ସହଯୋଗ କରିବାକୁ କହିଛନ୍ତି ସିସୋଦିଆ । ସେପଟେ ମାମଲାରୁ ବଞ୍ଚିବା ପାଇଁ ସିସୋଦିଆ ଅଧିକ ସମୟ ମାଗିଥିବା ନେଇ ଅଭିଯୋଗ କରିଛି ବିଜେପି । ଅନ୍ୟପଟେ ସିସୋଦିଆଙ୍କୁ ଗିରଫ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।