ଗାଡ଼ିର ପଛସିଟ୍ରେ ବସି ବେଲ୍ଟ ବାନ୍ଧି ନଥିଲେ ଯାତ୍ରୀଙ୍କୁ ଜରିମାନା । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ଏନେଇ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ୩ ଦିନ ମଧ୍ୟରେ ଜାରି ହେବ । କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକ ଲୋକଙ୍କ ବୟସ ୧୮ରୁ ୩୪ ବର୍ଷ ମଧ୍ୟରେ । ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏହାକୁ ନେଇ ଦେଶରେ ବଡ଼ ଧରଣର ଚର୍ଚ୍ଚା ଚାଲିଛି । ଡ୍ରାଇଭର ସିଟ୍ରେ ବସି ସିଟବେଲ୍ଟ ବାନ୍ଧି ନଥିଲେ ଯେପରି ଆଲାର୍ମ ବାଜୁଛି ପଛ ସିଟ୍ ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯିବ । ବେଲ୍ଟ ନବାନ୍ଧିଲେ ଜରିମାନା ଦେବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ ଆଗାମୀ ଦିନରେ କାର୍ କିମ୍ବା ଏସୟୁଭିରେ ବସିଥିବା ସବୁଯାତ୍ରୀ ସିଟ୍ବେଲ୍ଟ ବାନ୍ଧି ନଥିଲେ ଜରିନାମା ଦେବେ । ଗାଡ଼ିର ଶବ୍ଦ ପ୍ରଦୂଷଣ କମାଇବା ପାଇଁ ହର୍ଣ୍ଣ ବଦଳରେ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଲଗାଇବା ବ୍ୟବସ୍ଥା ପାଇଁ ସେ ପରାମର୍ଶ ଦେଇଥିଲେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ