The Topmost

“The eyes believe themselves, the ears believe other people.”

ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍ ଖୋଲିଲା; ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା

ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବା ଆଶଙ୍କା । ଝାଡଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍ ଖୋଲି ଥିବାବେଳେ ବନ୍ୟା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପ୍ରତି ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ଯାହା ସୁବର୍ଣ୍ଣରେଖା ସିଷ୍ଟମ ପ୍ରତି ବିପଦ ସୃଷ୍ଟି କରିଛି । ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ତେବେ ଏହି ବନ୍ୟା ହେଲେ ବାଲେଶ୍ୱର ଓ ମୟୂରଭଞ୍ଜ ବିଶେଷ ଭାବେ ପ୍ରଭାବିତ ହେବ । ସେପଟେ ଏନେଇ ସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ଏନଡିଆରଏଫ୍, ୨ଟି ଓଡ୍ରାଫ୍ ଓ ୮ଟି ଅଗ୍ନିଶମ ବାହିନୀକୁ ବାଲେଶ୍ୱର ପଠାଯାଇଛି । ସେହିପରି ଅତିରିକ୍ତ ୪-୫ଟି ଅଗ୍ନିଶମ ଟିମ୍ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପହଁଚିବାକୁ କୁହାଯାଇଛି । ତେବେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।