ପୁଣି ରକ୍ତମୁଖା ଇସ୍ରାଏଲ । ଗାଜାର ଅଲ-ସିଫା ହସ୍ପିଟାଲରେ କଲା ଏୟାରଷ୍ଟ୍ରାଇକ । ଆକ୍ରମଣରେ ପ୍ରାଣ ହରାଇଛନ୍ତି ୧୫ ନାଗରିକ । ଆହତ ହୋଇଛନ୍ତି ୬୦ ଲୋକ । ଏପରିକି ଏକ ଆମ୍ବୁଲାନ୍ସକୁ ଇସ୍ରାଏଲ ମିସାଇଲ ହିଟ୍ କରିଥିବା ସୂଚନା ମିଳିଛି । ସେହିପରି ଗାଜାସ୍ଥିତ ଇଣ୍ଡୋନେସୀୟ ହସ୍ପିଟାଲ ଓ ଅଲ କୁଦୋଶ ହସ୍ପିଟାଲ ନିକଟରେ ବି ମିସାଇଲ ଷ୍ଟ୍ରାଇକ ହୋଇଛି । ଏହି ତିନୋଟିଯାକ ହସ୍ପିଟାଲରେ ପାଲେଷ୍ଟିନୀୟମାନେ ଚିକିତ୍ସିତ ହେଉଛନ୍ତି । ତେବେ ଇସ୍ରାଏଲ ଆଇଡିଏଫ ପକ୍ଷରୁ ହସ୍ପିଟାଲକୁ ଟାର୍ଗେଟ କରିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଗତମାସରେ ଗାଜାର ଏକ ହସ୍ପିଟାଲରେ ବଡଧରଣର ହମଲା ହେବା ପରେ ଆଜି ୩ଟି ହସ୍ପିଟାଲକୁ ଟାର୍ଗେଟ କରାଯାଇଛି । ଜେନେଭା ସମ୍ମିଳନୀର ରାଜିନାମାକୁ ଏହି ଏୟାରଷ୍ଟ୍ରାଇକ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ