ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି । କେତେବେଳେ ଇସ୍ରାଏଲ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଉଛି ତ ପୁଣି କେତେବେଳେ ହମାସ ଆତଙ୍କବାଦୀ ଅଚାନକ ଆକ୍ରମଣ କରୁଛନ୍ତି । ଏସବୁ ଭିତରେ ପାଲେଷ୍ଟାଇନର ଗାଜା ପଟ୍ଟିରେ ଇସ୍ରାଏଲ ଗୋଟିଏ ପରେ ଗୋଟିଏ ରକେଟ ମାଡ କରି ଚାଲିଛି । ଇସ୍ରାଏଲ ବାୟୁସେନା କହିଛି ଯେ, ଗାଜାରେ ଥିବା ଏକ ଇସଲାମ ବିଶ୍ୱବିଦ୍ୟାଳୟ ଉପରେ ମଧ୍ୟ ରକେଟ ମାଡ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟ ହମାସ ଆତଙ୍କବାଦୀ ସଙ୍ଗଠନର ଇଞ୍ଜିନିୟରଙ୍କ ଆଡ୍ଡା ଥିଲା ବୋଲି ଇସ୍ରାଏଲ ବାୟୁସେନା କହିଛି । ଏଠାରେ ହମାସ ନିଜର ଇଞ୍ଜିନିୟର ମାନଙ୍କୁ ଟ୍ରେନିଂ ଦେଉଥିଲା । ଏହି ବିଶ୍ୱବିଦ୍ୟାଳୟ ଭିତରେ ରହି ଯୁଦ୍ଧ ପରିଚାଳନା କରୁଥିଲେ ହମାସ ଆତଙ୍କବାଦୀ ଗୋଷ୍ଠୀ । ଏଠାରୁ ଟ୍ରେନିଂ ନେବା ପରେ ଇଞ୍ଜିନିୟର ମାନେ ହମାସ ପାଇଁ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ । ଇସ୍ରାଏଲ ସେନା ନିଜର ଅଫିସିଆଲ ଏକ୍ସ ଆକାଉଣ୍ଟରୁ ଏହାର ଭିଡ଼ିଓ ଜାରି କରିଛି । ଯେଉଁ ଭିଡ଼ିଓରେ ବୋମା ବିସ୍ଫୋରଣ ହେଉଥିବାର ଦେଖିବାକୁ ମିଳିଛି । ଏହାସହ ସେନା ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା କେନ୍ଦ୍ରକୁ ହମାସ ବିସ୍ଫୋରଣ କେନ୍ଦ୍ର କରି ସାରିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ