The Topmost

“The eyes believe themselves, the ears believe other people.”

ଗାଈକୁ ଧକ୍କା ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଗାଈକୁ ଧକ୍କା ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ । ଗୁଜରାଟର ବଲସାଡର ଅତୁଲ ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନ ଏକ ଗାଈକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର ଆଗ ପଟ ଅଂଶ କ୍ଷତିଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣା ହେବାର କିଛି ସମୟ ପରେ ହିଁ, ବନ୍ଦେ ଭାରତ ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିସାରିଛି । ସୂଚନାଯୋଗ୍ୟ ଅନୁସାରେ ଏହା ପୂର୍ବରୁ ମଧ୍ୟ ଥରେ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ କି ଟ୍ରେନର ଆଗପଟ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ସେତେବେଳେ ଏହି ଘଟଣାକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।