August 10, 2025

ଗର୍ଲଫ୍ରେଣ୍ଡକୁ ମାରି କୁକରରେ ସିଝାଇଲା ହତ୍ୟାକାରୀ

ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ଘଟଣା ମୁମ୍ବାଇରେ ରିପିଟ୍‌ ହୋଇଛି। ଶ୍ରଦ୍ଧା ୱାକରଙ୍କୁ ତାଙ୍କ ଲିଭ ଇନ୍‌ ପାର୍ଟନର ଅଫତାବ ପୁନାୱାଲା ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ଫୋପାଡ଼ି ଦେଇଥିବା ବେଳେ ଏପରି ଏକ ଲୋମଟାଙ୍କୁରା ଘଟଣାର ପୁନରାବୃତ୍ତି ମୁମ୍ବାଇରେ ହୋଇଛି। ଏଠାରେ ଜଣେ ୫୬ ବର୍ଷ ବୟସ୍କ ବ୍ୟକ୍ତି ନିଜ ଲିଭ- ଇନ୍‌- ପାର୍ଟନରଙ୍କୁ ହତ୍ୟା ପରେ ଗଛ କଟା ମେଶିନରେ ଟିକି ଟିକି କରି ପ୍ରେସରରେ ସିଝାଇବାକୁ ପଛାଇ ନାହାନ୍ତି। ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ମୃତ ମହିଳାଜଣକ ସରସ୍ୱତୀ ବିଦ୍ୟା ହୋଇଥିବା ବେଳେ ତାଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗରେ ପୋଲିସ୍ ତାଙ୍କ ପୁରୁଷ ବନ୍ଧୁ ମନୋଜ ସାହାଣିଙ୍କୁ ଗିରଫ କରିଛି। ଉଭୟ ମନୋଜ ଓ ସରସ୍ୱତୀ ମୁମ୍ବାଇର ଗୀତା ନଗରସ୍ଥିତ ଗୀତା ଆକାଶଦୀପ ବିଲ୍ଡିଂରେ ଗତ ୩ ବର୍ଷ ହେବ ଲିଭ- ଇନ୍‌ରେ ରହୁଥିଲେ। ମାତ୍ର ଗତ କିଛି ଦିନ ହେବ ପଡ଼ୋଶୀ ସରସ୍ୱତୀଙ୍କୁ ଦେଖିବାକୁ ପାଉ ନ ଥିବା ବେଳେ ତାଙ୍କ ଘରୁ ଏକ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଲେ। ଏନେଇ ସେମାନେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲା ତାଜୁବ ହୋଇ ରହିଥିଲା। ଘରେ ସରସ୍ୱତୀଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ବେଳେ ତାହାକୁ ଗଛ କଟା ମେଶିନ ସାହାଯ୍ୟରେ ଟିକି ଟିକି କରି କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାବାଦ ମୃତଦେହର କିଛି ଅଂଶ ପ୍ରେସର କୁକରରେ ଥିବା ବେଳେ ତାହାକୁ ସିଝା ଯାଇଥିବା ପୋଲିସ୍‌ ସୂଚନା ଦେଇଛି ।

SHARE BY